ରାଜ୍ୟ

ସବୁ ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ କଲେ ସରକାର

0
(0)

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ହେତୁ ସମସ୍ତ ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ଓଡ଼ିଶା ସରକାରଙ୍କ ଅତିରିକ୍ତ ତ୍ରିଲୋଚନ ମାଝୀ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କୁ ଆଉ ଛୁଟି ଦିଆଯିବ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ଟ୍ରେନିଂ ବା ଏଲଟିସିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।

ଆଇପିଏସ୍ ଅଧିକାରୀମାନେ ହେଡକ୍ୱାର୍ଟର ଛାଡ଼ିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପୁଲିସ ଡିଜିଙ୍କ ବିନା ଅନୁମତିରେ କୌଣସି ଆଇପିଏସ୍ ଅଧିକାରୀ ହେଡକ୍ୱାର୍ଟର ନଛାଡ଼ିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି।ଆଇପିଏସ୍ ଅଧିକାରୀମାନେ ହେଡକ୍ୱାର୍ଟର ଛାଡ଼ିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପୁଲିସ ଡିଜିଙ୍କ ବିନା ଅନୁମତିରେ କୌଣସି ଆଇପିଏସ୍ ଅଧିକାରୀ ହେଡକ୍ୱାର୍ଟର ନଛାଡ଼ିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ହେତୁ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଏହାକୁ ଆଖି ଆଗରେ ରଖି ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସରକାରଙ୍କ ଅତିରିକ୍ତ ସଚିବ ମନୋଜ ମହାନ୍ତି ଚିଠି ଲେଖି ଜଣାଇଛନ୍ତି। ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କୁ ଆଉ ଛୁଟି ଦିଆଯିବ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE