ରାଜ୍ୟ

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ

0
(0)

ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ହସ୍ତଗଣ୍ଠି ପଡ଼ିବ। ଠାକୁର ରାତି ୧୦ଟା ୪୦ରୁ ୧୧.୩୦ ମଧ୍ୟରେ ବିମାନରେ ବିଜେ କରିବେ। ବିମାନରେ ବିଜେ କରି କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ରାତି ୧୨.୫୦ରୁ ୩ଟା ମଧ୍ୟରେ ହସ୍ତଗଣ୍ଠି ପଡ଼ିବ। ପଅରଦିନ ମନ୍ଦିର ଫେରିବେ ୩୧ ତାରିଖ ରାତି ୯.୩୦ରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

ଶୀତଳତାର ସଂକେତ ବହନ କରୁଥିବା ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ କୁହାଯାଏ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମହ୍ଲାର ଆକାଶର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରିଥାଏ।ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ତା’ପର ଦିନ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରାତିନୀତି ଅନୁସାରେ ଜନ୍ୟା ଅନ୍ଵେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରାତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟାଦାନ ଓ ଯାନିଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ।କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶିବ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହ କାର୍ଯ୍ୟ ସଂପନ୍ନ କରନ୍ତି। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ଆଡ଼ମ୍ବର ସହକାରେ ମାତା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଧୁମଧାମରେ ପାଳନ କରାଯାଏ।

 

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE