ଫ୍ୟାନ୍ସଙ୍କୁ ଲିପକିସ୍, ବିବାଦରେ ଉଦିତ୍
ବଲିଉଡର ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣ ହିଟ୍ ଗୀତ ଗାଇ ଦର୍ଶକଙ୍କୁ ନିଜ ଦିୱାନା ବନାଇଥିବା ଏହି ସିଙ୍ଗର୍ ଏବେ ନିଜେ ଚର୍ଚ୍ଚାରେ । ନିକଟରେ ଏକ ଲାଇଭ୍ ଶୋ’ରେ ଗୀତ ଗାଉଥିବା ବେଳେ ଜଣେ ମହିଳା ଫ୍ୟାନଙ୍କୁ ଲିପକିସ୍ କରି ଟ୍ରୋଲିଂର ଶିକାର ହେଉଛନ୍ତି ଉଦିତ୍ । ଷ୍ଟେଜରେ ଟିପ୍ ଟିପ୍ ବରଷା ପାନି ଗୀତ ଗାଉଥିବା ବେଳେ ଜଣେ ମହିଳା ଫ୍ୟାନ୍ ଉଦିତଙ୍କ ସହ ସେଲ୍ଫି ନେବାକୁ ପହଂଚିଥିଲେ ।
ଉଦିତ୍ ସେଲ୍ଫି ତ ନେଲେ କିନ୍ତୁ ଗୀତ ମଝିରେ ଉତ୍ସାହିତ ହୋଇ ମହିଳାଙ୍କୁ ଲିପକିସ୍ କରିଦେଲେ । ଆଉ ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଉଦିତଙ୍କୁ ଆରମ୍ଭ ହୋଇଗଲା ଟ୍ରୋଲିଂ । ଖାଲି ଏ ଗୋଟିଏ ଭିଡ଼ିଓ ନୁହଁ ଅନ୍ୟ ଲାଇଭ୍ ଶୋ’ ଯେଉଁଠି ସିଙ୍ଗର୍ ନିଜ ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ ଦେଉଥିବା ଭିଡ଼ିଓ ମଧ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି ।
ୟୁଜର୍ସ ଉଦିତଙ୍କ ଭିଡ଼ିଓରେ କମେଣ୍ଟ୍ ଦେଇ ନିଜକୁ ସମ୍ଭାଳିବାକୁ ପରାମର୍ଶ ଦେଉଛନ୍ତି । ଅନ୍ୟପକ୍ଷରେ ଉଦିତ୍ ମଧ୍ୟ ଏ ଘଟଣାରେ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି , ‘ଫ୍ୟାନ୍ସ ସବୁବେଳେ ଦିୱାନା ଥାଆନ୍ତି ।
ଆମେ ଡିସେଣ୍ଟ୍ ଲୋକ , ସେଭଳି ଭାବନା ଆମ ମନରେ ନାହିଁ । ଫ୍ୟାନ୍ସଙ୍କ ଭଲପାଇବା ଦେଖି ଆମେ ମଧ୍ୟ ତାଙ୍କୁ ଭଲପାଇବା ଦେଉ । ଏ ଘଟଣାକୁ ଏତେ ବଢାଇଚଢାଇ କହିବା ଦରକାର ନାହିଁ । ଭିଡ଼ରେ ବହୁତ ଲୋକ ଥିଲେ , ମୋ ବଡିଗାର୍ଡ ବି ଥିଲେ । ଫ୍ୟାନ୍ସ ସିଙ୍ଗରଙ୍କୁ ଦେଖିବାର ଚାନ୍ସ୍ ହାତଛଡ଼ା କରିବାକୁ ଚାହାନ୍ତିନାହିଁ ।
ପାଖରେ ଦେଖିଲା ପରେ କିଏ ହାତରେ ତ କିଏ ଗାଲରେ କିସ୍ କରନ୍ତି । ଆଉ ଗାୟକ ମଧ୍ୟ ଭଲପାଇବା ଦେବାରେ ଉଣା କରନ୍ତିନାହିଁ । ଏ କେବଳ ଶ୍ରୋତାଙ୍କ ପାଇଁ ଗାୟକର ଭଲପାଇବା ଆଉ କିଛି ନୁହଁ .. ’