କିଛି ଏଭଳି ଥିଲା ଉଭୟଙ୍କ ପ୍ରେମ କାହାଣୀ
ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ପ୍ରେମ କାହାଣୀ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ପରୀ ରାଇଜର କାହାଣୀ ଭଳି । ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ବଲିଉଡର ହି-ମ୍ୟାନ୍। ଅନେକ ସାକ୍ଷାତକାରରେ ଧର୍ମେନ୍ଦ୍ର କହିଛନ୍ତି ସେ ଡ୍ରିର୍ମଗର୍ଲ ହେମାମାଳିନୀଙ୍କୁ ବିବାହ କରି ପୃଥିବୀର ସବୁଠୁ ସୌଭାଗ୍ୟଶାଳୀ ମଣିଷ ମନେ କରନ୍ତି ।
ଏକଦା ହେମା ମାଳିନୀ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ଯେତେବେଳେ ଧରମ ଜୀଙ୍କୁ ଦେଖିଲି, ମୁଁ ଜାଣିଲି ଯେ ସେ କେବଳ ମୋ ପାଇଁ ତିଆରି ହୋଇଛନ୍ତି । ମୁଁ ତାଙ୍କ ସହିତ ମୋ ଜୀବନ ବିତାଇବାକୁ ଚାହୁଁଥିଲି । ମୁଁ ମଧ୍ୟ ଚାହୁଁଥିଲି ଯେ ଏହି ବିବାହକୁ ନେଇ କାହାକୁ ଅସୁବିଧା ନହେଉ । ମୁଁ ତାଙ୍କୁ ବିବାହ କରିଥିଲେ ବି ତାଙ୍କର ପ୍ରଥମ ପତ୍ନୀ ଏବଂ ପିଲାମାନଙ୍କୁ ତାଙ୍କ ଜୀବନରୁ କେବେ ଅଲଗା କରିବାକୁ ଚାହିଁନି ।
ଧର୍ମେନ୍ଦ୍ର ହେମା ପରସ୍ପରକୁ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇ ଦେଇଥିଲେ । ଧର୍ମ ପରିବର୍ତ୍ତନ ସମୟରେ ହେମା ତାଙ୍କ ନାମ ଆୟେଶା ଏବଂ ଧର୍ମେନ୍ଦ୍ର ତାଙ୍କ ନାମ ଦିଲାୱର ଖାନ ରଖିଥିଲେ ।
