ଡିସେମ୍ବର ୩୧ରୁ ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା
ଡିସେମ୍ବର ୩୧ରୁ ଆରମ୍ଭ ହେବ ଅନସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଥିବା ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଏହା ମାଧୋ ସିଂଙ୍କ ସହିଦ ଦିବସରେ ତାଙ୍କ ଜନ୍ମସ୍ଥାନ ବରଗଡରୁ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସରକାରଙ୍କ ଏପରି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ରୋକାଯାଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସରକାର।
ବିଶେଷକରି ବିଚ୍ଛିନ୍ନାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଭୋଗୁଥିବାରୁ ସେମାନେ ଅର୍ଥାଭାବରୁ ଅଧାରୁ ପାଠପଢା ଛାଡିଦେଉଥିବା ଲକ୍ଷ୍ୟ କରାଯାଉଛି । ଏହା ଏବେ ରାଜ୍ୟ ପାଇଁ ବଡ ଚିନ୍ତାର କାରଣ ବୋଲି ବିଜେପି ବାରମ୍ବାର ଏହା ଉପରେ ଗୁରୁତ୍ୱ ଦେଇଆସିଛି । ତେବେ ଏହି ସମସ୍ୟାକୁ ଦୂରେଇବାକୁ ନିର୍ବାଚନ ଇସ୍ତାହାରରେ ଗୁରୁତ୍ୱ ଦେଇଥିଲା ବିଜେପି ।
ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ୟାକୁ ଦୂରେଇବା ପାଇଁ ଆରମ୍ଭ ହେବାକୁ ଯାଉଛି ‘ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ।
