ଦୁର୍ଘଟଣାରେ ଜଳିଗଲା ହେଲିକପ୍ଟର; ପାଇଲଟ୍ଙ୍କ ସମେତ ୩ ମୃତ
ମହାରାଷ୍ଟ୍ରରେ ହେଲିକପ୍ଟର କ୍ରାସ୍ । ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୨ ଜଣ ଇଂଜିନିୟର ଥିବା ଜଣାପଡିଛି। ହେଲିକପ୍ଟରଟି ଏକ ପ୍ରାଇଭେଟ କମ୍ପାନୀର ହୋଇଥିବା ପ୍ରାଥମିକ ସୂଚନା ମିଳିଛି।
ଆଜି ସକାଳ ପ୍ରାୟ ୬ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ହେଲିକ୍ୟାପ୍ଟରଟି ନିକଟସ୍ଥ ଏକ ହେଲିପ୍ୟାଡରୁ ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
Related posts:
ଆସିଲା ଏକଜିଟ୍ ପୋଲ୍, ଦିଲ୍ଲୀରେ ଏହି ଦଳ ଗଢିପାରେ ସରକାରFebruary 7, 2025
ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ କାମେଶ୍ଵର ଚୌପାଲଙ୍କ ପରଲୋକFebruary 7, 2025
ନିର୍ବାସିତ ଭାରତୀୟଙ୍କୁ ଆଣି ଅମୃତସରରେ ଛାଡ଼ିଲା ଆମେରିକୀୟ ବିମାନFebruary 6, 2025
ରାଷ୍ଟ୍ରପତି ଭବନରେ ବିବାହ କରିବେ ଏହି ମହିଳା ଅଫିସରFebruary 5, 2025
ସଙ୍ଗମରେ ଆସ୍ଥାର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀFebruary 5, 2025
ଭୋଟ ଦେଉଛି ଦିଲ୍ଲୀFebruary 5, 2025