ରାଜ୍ୟ

ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ ବଡ଼ ବ୍ରାଣ୍ଡ

0
(0)

ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଏଣିକି ‘ନମସ୍ତେ’ ଲୋକାଲରୁ ଗ୍ଲୋବାଲ ହୋଇଗଲାଣି । ଆପଣଙ୍କ ଭଲ ପାଇବା ମୋ ପାଇଁ ସବୁଠୁ ବଡ଼ ସୌଭାଗ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି । ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରଦୂତ ଭାବେ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣମାନେ ଭାରତର ସବୁଠୁ ମଜବୁତ ବ୍ରାଣ୍ଡ ଆମ୍ବାସଡର ।

ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ, ବିବିଧତା ସତ୍ତ୍ବେ ଆମେ ଏକ ହୋଇ ଆଗକୁ ବଢୁଛୁ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ବବନ୍ଧୁ କରିଛି ବୋଲି କହିଛନ୍ତି ମୋଦି । AIର ଅର୍ଥକୁ ନିଜସ୍ବ ଢଙ୍ଗରେ ବୁଝାଇ ମୋଦି କହିଛନ୍ତି ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆଉ ଆମେରିକା-ଇଣ୍ଡିଆ ବିଶ୍ବର ନୂଆ AI ଶକ୍ତି ବୋଲି ମୋଦି କହିଛନ୍ତି । ୨୦୨୪ ବର୍ଷ ଏକ ଐତିହାସିକ ବର୍ଷ ବୋଲି କହିବା ସହ କହିଛନ୍ତି, ଏହି ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଥିବା ବେଳେ, ଭାରତ ଓ ଆମେରିକାରେ ଗଣତନ୍ତ୍ରର ମହାପର୍ବ ଆୟୋଜିତ ହେଉଅଛି । ଦେଶର ସ୍ବାଧିନତାରେ ବଳିଦାନ ଦେଇନପାରିଲେ କଣ ହେଲା, ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply