ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହାନ୍ତ
ରାଜ୍ୟସଭାକୁ ମମତା ମହାନ୍ତ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରୁ ସେ ବିଜୟୀ ସାର୍ଟିଫିକେଟ ନେଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ମମତା ମହାନ୍ତ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ କାଏମ ରହିଥିଲା। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଗନ୍ନାଥ ନିଜର ପ୍ରାର୍ଥୀପତ୍ର ଫେରାଇ ନେଇଥିଲେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ନ ଥିବା କାରଣରୁ ମମତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
ମମତା ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା। ତେବେ କାର୍ଯ୍ୟକାଳ ସରିବାର ୨ ବର୍ଷରୁ ପୂର୍ବରୁ ସେ ରାଜ୍ୟସଭା ସଦସ୍ୟ ପଦରୁ ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲେ। ବିଜେପିରୁ ତାଙ୍କୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଥିଲା।