PMMVY)’ ସହିତ ‘ମମତା-PMMVY’’ ସମନ୍ୱିତ
(PMMVY)’ ସହିତ ସମନ୍ୱିତ ଭାବେ ‘ମମତା-PMMVY’ ନାମରେ କୋ-ବ୍ରାଣ୍ଡିଂ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଛି। ନିମ୍ନରେ ଏହି ଯୋଜନାର ମୁଖ୍ୟ ବିଷୟଗୁଡ଼ିକ ଉଲ୍ଲେଖ କରାଯାଇଛି:
ମମତା ଓ PMMVYର ସମନ୍ୱୟ: ରାଜ୍ୟ ମନ୍ତ୍ରୀମଣ୍ଡଳୀ ନିଷ୍ପତ୍ତି ନେଇଛି ଯେ ‘ମମତା’ ଏବଂ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ୧ ଏପ୍ରିଲ ୨୦୨୫ରୁ ମିଳିତ ଭାବେ ‘ମମତା-PMMVY’ ନାମରେ କାର୍ଯ୍ୟକାରୀ କରାଯିବ।
ଝିଅ ସନ୍ତାନ ଜନ୍ମ ପାଇଁ ଅଧିକ ସହାୟତା: ପୂର୍ବରୁ ‘ମମତା’ ଯୋଜନା ଅଧୀନରେ ଝିଅ ସନ୍ତାନ ଜନ୍ମ ପାଇଁ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ମିଳୁଥିଲା। ଏବେ ‘ମମତା-PMMVY’ ଅଧୀନରେ ଏହା ବୃଦ୍ଧି କରି ୧୨,୦୦୦ ଟଙ୍କା କରାଯାଇଛି।
ପୁଅ ସନ୍ତାନ ଜନ୍ମ ପାଇଁ ସହାୟତା: ‘ମମତା-PMMVY’ ଅଧୀନରେ ପୁଅ ସନ୍ତାନ ଜନ୍ମ ପାଇଁ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।