ଜାତୀୟ

ରାଜ୍ୟରେ ଜାରି ହିଂସା ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂହ

0
(0)

ମଣିପୁର  ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ଏ. ଶରଦ ଥିବା ବେଳେ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ ଆସନ୍ତାକାଲି (ଫେବ୍ରୁଆରୀ ୧୦) ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା । ବିରୋଧୀମାନେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତି କରୁଥିଲେ ।

ବିରେନ ସିଂହଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିରେନ ସିଂହଙ୍କୁ ଦୁଇ ବର୍ଷ ପୂର୍ବରୁ ବରଖାସ୍ତ କରିବାର ଥିଲା ବୋଲି କଂଗ୍ରେସ କହିଛି । କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, ‘ଦେଶ ତାଙ୍କୁ କେବେ କ୍ଷମା କରିବ ନାହିଁ । ମଣିପୁର ବିଧାୟକଙ୍କ ଅନ୍ତର ଆତ୍ମା ଜୀଁ ଉଠିଛି । ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ।’

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE