ପଣ୍ଡିଆନଙ୍କ ସହ ମନ୍ମଥ ଙ୍କ ଫଟୋ ଭାଇରାଲ
ବିଜେଡି ନେତା ମନ୍ମଥ ରାଉତରାୟ ନିକଟରେ ଦ୍ବିତୀୟ ବିବାହ କରିଛନ୍ତି । ଆଉ ନିଜ ପତ୍ନୀଙ୍କୁ ନେଇ ସେ ଭି.କେ ପାଣ୍ଡିଆନ୍ଙ୍କୁ ଭେଟିଛନ୍ତି । ଏ ହେଉଛି ସେହି ସମୟର ଫଟୋ ।
ମନ୍ମଥ ରାଉତରାୟଙ୍କୁ ସାକ୍ଷାତ୍ କରିଛନ୍ତି ପାଣ୍ଡିଆନ୍।ଏହି ଫଟୋ ଦେଖି ସ୍ପଷ୍ଟ ଅନୁମାନ କରାଯାଇ ପାରୁଛି ଯେ, ଦଳରେ ଏବେ ବି ରହିଛି ପାଣ୍ଡିଆନ୍ଙ୍କ ଗୁରୁତ୍ବ । ଏବେ ବି ପାଣ୍ଡିଆନ୍ ଆଗଭଳି ନିଜ ପାର୍ଟି ନେତା, କର୍ମୀଙ୍କୁ ସାକ୍ଷାତ୍ କରୁଛନ୍ତି । ଦଳର ଭଲ ମନ୍ଦ ବୁଝୁଛନ୍ତି । ଏ ଫଟୋ ହେଉଛି ତାହାର ପ୍ରମାଣ । ମାସକ ତଳେ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ମନ୍ମଥ କହିଥିଲେ, ଦଳରେ ସକ୍ରିୟ ନଥିଲେ ବି ନବୀନ ନିବାସ ଯାଉଛନ୍ତି ପାଣ୍ଡିଆନ୍ ।
ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝୁଛନ୍ତି । ହେଲେ ଏବେ ସେ ଦଳୀୟ କର୍ମୀଙ୍କୁ ସାକ୍ଷାତ୍ କରୁଥିବାର ପ୍ରମାଣ ହେଉଛି ଏହି ଫଟୋ ।
