ଜାତୀୟ

ଏଆଇ-୧୫୯ ବିମାନରେ ଯାନ୍ତ୍ରିକ ତ୍ରୁଟି

0
(0)

ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନର ଉଡାଣ ବାତିଲ । ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ରଦ୍ଦ ହେଲା ଉଡାଣ । ଲଣ୍ଡନ ଅଭିମୁଖେ ଉ଼ଡାଣର କିଛି ସମୟ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉଡାଣକୁ ବାତିଲ କରାଯାଇଛି ।

ବିମାନସେବାକୁ ହଠାତ୍ ରଦ୍ଦ କରିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ତେବେ ଅହମଦାବାଦ ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା ।

ଏଆଇ-୧୭୧ ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଠାଇ ଦିଆଯାଇ ତା ଜାଗାରେ ଏଆଇ-୧୫୯କୁ ନିୟୋଜିତ କରାଯାଇଥିଲା ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE