ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ମିନି ମାରାଥନ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ଭେଟରାନ ସ୍ପୋର୍ଟସ ପର୍ସନ୍ସ ଆସୋସିଏସନ ଆନୁକୂଲ୍ୟରେ କଟକରେ ଏକ ମିନି ମାରାଥନ ଓ ୱାକାଥନ ପ୍ରତିଯୋଗିତା ଆୟୋଜିତ ହୋଇଛି।
୧୯ ବର୍ଷ ହେବ ଆୟୋଜିତ ହୋଇ ଆସୁଥିବା ଏହି ମାରାଥନରେ କଟକର ବିଭିନ୍ନ ସ୍କୁଲର ସପ୍ତମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବୟସ୍କ ପୁରୁଷ ଓ ମହିଳାଙ୍କ ପାଇଁ ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜୁ ପଟ୍ଟନାୟକ ଜଣେ ଭଲ କ୍ରୀଡାବିତ ଥିବାରୁ ଯୁବପୀଢିକୁ ଅନୁପ୍ରାଣିତ କରିବା ପାଇଁ ଏଭଳି ମିନି ମାରାଥନ ଆୟୋଜନ କରାଯାଇଥିବା କହିଛନ୍ତି, ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ।