ଜାତୀୟ

ରେଷ୍ଟୁରାଣ୍ଟରେ ସିଟ୍ ନମିଳିବାରୁ ରାତାରାତି ରେଡ୍ କରାଇଲେ ଏହି ମନ୍ତ୍ରୀ

0
(0)

ରେଷ୍ଟୁରାଣ୍ଟରେ ସିଟ୍ ନମିଳିବାରୁ ତାତିଲେ ମନ୍ତ୍ରୀ, ରାତାରାତି କରାଇଲେ ରେଡ୍ । ମଧ୍ୟପ୍ରଦେଶର ଜନସ୍ୱାସ୍ଥ୍ୟ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ଗ୍ୱାଲିୟରର କ୍ୱାଲିଟି ରେଷ୍ଟୁରାଣ୍ଟରେ ସିଟ୍ ନପାଇବାରୁ କରିଛନ୍ତି ହଙ୍ଗାମା । ରବିବାର ରାତିରେ ସିଟି ସେଣ୍ଟର ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟରେ ଘଟିଥିବା ଘଟଣାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହୋଇଛି । ଯେଉଁଥିବେ ମନ୍ତ୍ରୀଙ୍କ ପିଏସଓ ହୋଟେଲ୍ କର୍ମଚାରୀଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି । ସିଟ୍ ନପାଇବାରୁ ମନ୍ତ୍ରୀ ରାଗରେ ଖାଦ୍ୟ ସୁରକ୍ଷା ଟିମକୁ ରାତିରେ ନମୁନା ସଂଗ୍ରହ କରିବାକୁ ଡକାଇଥିଲେ , ଏହା ପରେ ପୋଲିସ ରେଷ୍ଟୁରାଣ୍ଟ ମାଲିକଙ୍କୁ ହେପାଜତକୁ ନେଇଥିଲା । ପରେ ବ୍ୟବସାୟୀଙ୍କ ବିରୋଧ ପରେ ତାଙ୍କୁ ଛଡାଯାଇଥିଲା ।

ସୂଚନା ଅନୁଯାୟୀ, ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମରଙ୍କ ସାନପୁଅଙ୍କ ସ୍ୱାଗତ ଉତ୍ସବରେ ଯୋଗଦେବା ପାଇଁ ଗ୍ୱାଲିୟର ଆସିଥିଲେ । ରାତିରେ ସେ ତାଙ୍କ ପରିବାର ସହିତ କ୍ୱାଲିଟି ରେଷ୍ଟୁରାଣ୍ଟକୁ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ରବିବାର ଭିଡ଼ ଯେଗୁଁ ରେଷ୍ଟୁରାଣ୍ଟର ସମସ୍ତ ଟେବୁଲ୍ ବୁକ୍ ହୋଇଯାଇଥିଲା । ଯାହା ଫଳରେ ମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଅନ୍ୟପଟେ ରେଷ୍ଟୁରାଣ୍ଟ କର୍ମଚାରୀମାନେ କହିଛନ୍ତି ଯେ, ଦୁଇଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ୫ଜଣ ଏବଂ ୧୦ ଜଣଙ୍କ ପାଇଁ ପୃଥକ ଟେବୁଲ ବୁକ୍ କରିଥିଲେ । କର୍ମଚାରୀମାନେ କାହା ନାମରେ ବୁକିଂ କରାଯାଇଛି ବୋଲି ପଚାରିବାରୁ ମନ୍ତ୍ରୀ ରାଗିଯାଇଥିଲେ । ଏବେ ପରେ ମନ୍ତ୍ରୀ ଏବଂ ତାଙ୍କ ପିଏସଓ ରେଷ୍ଟୁରାଣ୍ଟର ରୋଷେଇ ଘରକୁ ପ୍ରବେଶ କରିଥିଲେ ଏବଂ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ମନ୍ତ୍ରୀ ତୁରନ୍ତ ଖାଦ୍ୟ ସୁରକ୍ଷା ଦଳକୁ ଡାକି ନମୁନା ସଂଗ୍ରହ କରାଇଥିଲେ, ଯାହା ରାତି ୧୧ଟା ୧୫ ଯାଏଁ ଚାଲିଥିଲା । ଗୋଟିଏ ତେଲ ନମୁନା ତୁରନ୍ତ ପରୀକ୍ଷାରେ ବିଫଳ ହୋଇଥିଲା । ଏହି ସମୟରେ, ପୋଲିସ ରେଷ୍ଟୁରାଣ୍ଟ ମାଲିକ କମଲ ଆରୋରାଙ୍କୁ ଅଟକ ରଖିଥିଲେ, କିନ୍ତୁ ଚାମ୍ୱର ଅଫ୍ କମର୍ସ ଏବଂ ବ୍ୟବସାୟୀଙ୍କ ବିରୋଧ ପରେ ତାଙ୍କୁ ଛାଡି ଦିଆଯାଇଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE