ଜାତୀୟ

୧୨୯୦କୋଟି ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ସ୍ଥାପନ କଲେ ମୋଦି

0
(0)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସିଓମ ଉପ-ବେସିନରେ ବିକଶିତ ହେବାକୁ ଥିବା ହିଓ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଟାଟୋ-୧ ଜଳବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ତାୱାଙ୍ଗଠାରେ ୧୨୯୦କୋଟି ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫୦୦ ଦର୍ଶକ ବସିବା ବ୍ୟବସ୍ଥା ଥିବା ଏହି ସେଣ୍ଟରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ଆୟୋଜିତ ହୋଇପାରିବ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାନଗରରେ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋର ଅରୁଣାଚଳ ପ୍ରଦେଶ ଗସ୍ତ ସ୍ୱତନ୍ତ୍ର ହୋଇଛି । ନବରାତ୍ରିର ପ୍ରଥମ ଦିନରେ ମୁଁ ଏତେ ସୁନ୍ଦର ପର୍ବତ ଦେଖିବାକୁ ପାଇଲି । ଆଜି ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି । ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହୋଇଛି । ଅରୁଣାଚଳ ପ୍ରଦେଶକୁ ଶକ୍ତି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ପ୍ରକଳ୍ପ ପ୍ରଦାନ କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE