ଜାତୀୟ

ଆଉ କିଛି ସମୟ ପରେ ବଡ ଘୋଷଣା କରିବେ ମୋଦି

0
(0)

ଆଜି ସନ୍ଧ୍ୟା ୫ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ବଡ଼ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । ତେବେ ସନ୍ଧ୍ୟାରେ ତାଙ୍କ ଅଭିଭାଷଣ ବିଷୟରେ କୌଣସି ସରକାରୀ ସୂଚନା ଦେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ୨୨ ସେପ୍ଟେମ୍ବରରୁ ନବରାତ୍ରି ପ୍ରଥମ ଦିନରେ ଜିଏସଟିର ନୂଆ ଦର ଲାଗୁ ହେବ । ଏନେଇ ଦେଶକୁ କିଛି ସମ୍ବୋଧନ କରିପାରନ୍ତି ମୋଦି ।

ଆସନ୍ତାକାଲିରୁ ଜିଏସଟି ହାର ହ୍ରାସ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଉତ୍ପାଦର ମୂଲ୍ୟ ହ୍ରାସ ପାଇବାକୁ ଯାଉଛି । ପୂର୍ବ ଚାରୋଟି ସ୍ଲାବରୁ ଦୁଇଟି ସ୍ଲାବ ନବରାତ୍ରିର ପ୍ରଥମ ଦିନ, ସେପ୍ଟେମ୍ବର ୨୨ ସୋମବାରରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନୂତନ GST ହାର କାର୍ଯ୍ୟକାରୀ କରିବା ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି ।

ଭାରତ-ଆମେରିକା ଟାରିଫ ବିବାଦ ଲାଗି ରହିଛି । ଆମେରିକା ଭାରତ ଉପରେ ୫୦ % ଟାରିଫ ଲଗାଇଛି । ଏହାକୁ ନେଇ ମୋଦି କହିଛନ୍ତି, କୌଣସି ପ୍ରକାରରେ ମଧ୍ୟ ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ନିଜ ଦେଶର କ୍ଷକଙ୍କ ହିତରେ କୌଣସି ବୁଝାମଣା କରିବେ ନାହିଁ । ଆଜି ସନ୍ଧ୍ୟାରେ ମୋଦି ଏହା ଉପରେ କିଛି କହିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE