ଜାତୀୟ

ଆତଙ୍କବାଦୀଙ୍କୁ ମୋଦୀଙ୍କ କଡା ଚେତାବନୀ

0
(0)

ମୋଦୀ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ମୋଦୀ କହିଛନ୍ତି, ସମୟ ଆସିଗଲା ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର । କଳ୍ପନାଠାରୁ ବଡ ଦଣ୍ଡ ଦିଆଯିବ, ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବୁ ।
ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି ।

ନିରୀହ ଦେଶବାସୀଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରାଯାଇଛି । ଯେଉଁଥିପାଇଁ ପୂରା ଦେଶ ବ୍ୟଥିତ । ସମସ୍ତ ପୀଡିତ ପରିବାରଙ୍କ ସହ ପୂରା ଦେଶ ଛିଡା ହୋଇଛି । ଯେଉଁ ଗୁରୁତରଙ୍କ ଚିକିତ୍ସା ଚାଲିଛି ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହେବେ ସେନେଇ ସରକାର ଚେଷ୍ଟା ଚଳାଇଛନ୍ତି ।

୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଅନୁସାରେ ଆତଙ୍କବାଦୀଙ୍କ ଅଣ୍ଟା ଭଙ୍ଗାଯିବ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରହିବ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି ତାହାକୁ ଧ୍ୱସ୍ତ କରାଯିବ ବୋଲି କହିଛନ୍ତି ମୋଦୀ । ୨୨ ଏପ୍ରିଲ୍ ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ମୋଦୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE