୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୋହନ ସରକାର
ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍ଭେନ୍ଶନ ସେଣ୍ଟରରେ କାର୍ଯ୍ୟକ୍ରମ ହେବ।
ଖୁବ୍ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ। ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ସରକାର ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପଟେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକର ଅଧ୍ୟକ୍ଷତାରେ କରିବେ। ସକାଳ ୧୦ଟାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବହୁ ପ୍ରସ୍ତାବ ଉପରେ ମୋହର ବାଜିପାରେ।
Related posts:
ବର୍ଷାରେ ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍October 6, 2024
ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାରOctober 6, 2024
ରବିବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀOctober 6, 2024
ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍October 6, 2024
୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଲେ ନିଯୁକ୍ତିପତ୍ରOctober 5, 2024
ଭୁବନେଶ୍ଵରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ଶୁଭାରମ୍ଭOctober 5, 2024