ଦୁବାଇରେ ଫସିଥିବା ଜଣେ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ସାଂସଦ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ଜଣେ ଶ୍ରମିକ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି। ଉକ୍ତ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ରାଜୀବ ପରିଡା। ରାଜୀବ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୨୦୦୮ରେ ଚାକିରୀ ସନ୍ଧାନରେ ଦୁବାଇ ଯାଇଥିଲେ ରାଜୀବ। ସେ ଡାର୍କ ଆଣ୍ଡ ସ୍କଲଡ଼ କମ୍ପାନୀରେ ଷ୍ଟୋର୍ କିପର୍ ଭାବେ ଦୁବାଇରେ କାମ କରୁଥିଲେ। ତେବେ ୨୦୨୧ ମସିହାରେ ରାଜୀବଙ୍କୁ କମ୍ପାନୀ ଟର୍ମିନେଟ୍ କରିଥିଲା। ତା’ ପରେସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନା ଥିଲା ଦରମା ନା ରହିବାର ସୁବିଧା। ଏପରିକି ରାଜୀବଙ୍କୁ ଉପବାସରେ ରହିବାକୁ ପଡୁଥିଲା।
ଶେଷରେ ରାଜୀବଙ୍କ ଭାଇ ରଜତ ପରିଡା କେନ୍ଦ୍ରାପଡ଼ା ସାଂସଦଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ନିଜ ଭାଇକୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଥିଲେ। ପରେ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗତକାଲି ରାଜୀବ ଓଡ଼ିଶା ଫେରିଛନ୍ତି।
Related posts:
ବର୍ଷାରେ ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍October 6, 2024
ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାରOctober 6, 2024
ରବିବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀOctober 6, 2024
ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍October 6, 2024
୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଲେ ନିଯୁକ୍ତିପତ୍ରOctober 5, 2024
ଭୁବନେଶ୍ଵରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ଶୁଭାରମ୍ଭOctober 5, 2024