ଜାତୀୟ

ମୁମ୍ବାଇ ମନରେ ୨୬/୧୧ ଆତଙ୍କ

0
(0)

ଠିକ୍ ୧୭ ବର୍ଷ ତଳେ ଦୋହଲି ଯାଇଥିଲା ଦେଶ । ମୁମ୍ବାଇରେ ବଡ଼ ଆକ୍ରମଣ କରିଥିଲେ ଆତଙ୍କବାଦୀ । ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ସ୍ଥାନ – ମାୟାନଗରୀ ମୁମ୍ବାଇ । ଆତଙ୍କୀ ଆକ୍ରମଣର ଏ ଏମିତି ଏକ ଦିନ ଥିଲା ଯାହାକୁ କେବେ ଭୁଲି ପାରିବନି ଭାରତ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ସୈତାନଙ୍କ ଆତଙ୍କରାଜ । ୧୭ ବର୍ଷ କଣ ଶହେ ବର୍ଷ ବିତିଗଲେ ବି ସେହି ଚିତ୍ରକୁ ଭୁଲିପାରିବେନି କେହି ଭୁଲିପାରିବେନି ବି ଭାରତୀୟ । ତାଜ ହୋଟେଲରୁ ବାହାରୁଥିବା ଧୂଆଁ ହିଁ ସେଦିନ କହୁଥିଲା ୨୬/୧୧ ଆକ୍ରମଣ କେତେ ଭୟଙ୍କର ଥିଲା । ଆଉ କେତେ ନୀରିହ ଲୋକ ସେଦିନ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ।

ସବୁଦିନ ଭଳି ଚଳଚଞ୍ଚଳ ଥିଲା ମୁମ୍ବାଇ ସହର । ଷ୍ଟେସନରେ ଟ୍ରେନ୍ ଯାଆସ କରୁଥିଲା, ରାସ୍ତା ଉପରେ ଗାଡିମୋଟରର ଶବ୍ଦ ସହରର ନିର୍ଜନତାକୁ ଭାଙ୍ଗି ଦେଉଥିଲା । ଆଉ ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଆଉ ସବୁଦିନ ପାଇଁ ଶେଷ ହୋଇଯାଇଥିଲା 175 ନୀରିହ ଲୋକଙ୍କ ଜୀବନ । ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଦକ୍ଷିଣ ମୁମ୍ବାଇରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ରାତି ଯେତେ ବଢୁଥିଲା ମୃତ୍ୟୁର ସେତେ ଅଧିକ ଖବର ସାମ୍ନାକୁ ଆସିବାରେ ଲାଗିଥିଲା । ଅଧା ରାତି ହେଲା ବେଳକୁ ତାଜ ହୋଟେଲକୁ ପୁରାପୁରି କବଜାକୁ ନେଇ ଯାଇଥିଲେ ଆତଙ୍କବାଦୀ । ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ସୈତାନ ମାନେ । ବନ୍ଧକ ଥିବା ଲୋକମାନଙ୍କ ଭିତରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE