କ୍ରୀଡା

ଜୁଲିୟନ ୱେବରଙ୍କୁ ହରାଇ ଜିତିଲେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌

0
(0)

ବିଦେଶ ମାଟିରେ ଉଡିଲା ତ୍ରିରଙ୍ଗା । ଇତିହାସ ରଚିଲେ ଦେଶର ଷ୍ଟାର ଜାଭଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା । ବଡ଼ ପ୍ରତିନ୍ଦନ୍ଦୀ ଜୁଲିୟନ ୱେବରଙ୍କୁ ହରାଇ ପ୍ରଥମ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍ ଜିତିଛନ୍ତି ନୀରଜ । ଚଳିତ ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା । ୮୮.୧୬ ମିଟର ଜାଭଲିନ୍‌ ଫିଙ୍ଗିବା ସହିତ ଜର୍ମାନୀର ଜୁଲିୟନ ୱେବରଙ୍କୁ ପଛରେ ପକାଇଛନ୍ତି । ଜୁଲିୟନଙ୍କଠୁ ପୂର୍ବରୁ ଦୁଇ ମୁକାବିଲା ହାରିଥିଲେ ପ୍ୟାରିସ୍ ଡାଇମଣ୍ଡରେ ତାଙ୍କୁ ପରାସ୍ତ କରି ପ୍ରତିଶୋଧ ନେଇଛନ୍ତି ନୀରଜ ।

 

ଭାରତର ଷ୍ଚାର ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭଲିନ୍‌ ଥ୍ରୋରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶୁକ୍ରବାର ପ୍ୟାରିସ୍‌ରେ ଅନୁଷ୍ଠିତ ଇଭେଣ୍ଟରେ ନୀରଜ ତାଙ୍କ ନିକଟତର ପ୍ରତିନ୍ଦ୍ବନ୍ଦୀ ଜର୍ମାନୀର ଜୁଲିୟନ ୱେବରଙ୍କୁ ପରାସ୍ତ କରିଛନ୍ତି । ନୀରଜ ଗତ ଦୁଇ ଟୁର୍ଣ୍ଣାମେଣ୍ଟରେ ୱେବରଙ୍କଠୁ ପରାସ୍ତ ହୋଇଥିଲେ । ଏବେ ଜୁଲିୟନଙ୍କୁ ହରାଇ ପୂର୍ବ ପ୍ରତିଶୋଧ ନେଇଛନ୍ତି । ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ରେ ପ୍ରଥମ ପ୍ରୟାସରେ ୮୮.୧୬ ମିଟର ଥ୍ରୋ କରିଥିଲେ । ଏହି ଥ୍ରୋ ବଳରେ ସେ ଶେଷ ଯାଏ ଆଗୁଆ ରହିଥିଲେ । ଦ୍ବିତୀୟ ପ୍ରୟାସରେ ୮୫.୧୦ ମିଟର ଥ୍ରୋ କରିଥିଲେ । ତୃତୀୟ, ଚତୁର୍ଥ ଓ ପଞ୍ଚମ ଥ୍ରୋ ଫାଉଲ୍ ହୋଇଥିଲା । ଷଷ୍ଠ ଥ୍ରୋ ୮୨.୮୯ ମିଟର ରହିଥିଲା ।

ଜର୍ମାନୀର ଜୁଲିୟନ ୱେବର ପ୍ରଥମ ପ୍ରୟାସରେ ୮୭.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି ତାଙ୍କର ଦ୍ବିତୀୟ ଥ୍ରୋ ୮୬.୨୦ ମିଟର ଥିଲା । ତୃତୀୟ ଥ୍ରୋ ୮୨.୦୩ ମିଟର, ଚତୁର୍ଥ ୮୩.୧୩ ମିଟର, ପଞ୍ଚମ ୮୪.୫୪ ମିଟର ଓ ଷଷ୍ଠରେ ୮୧.୦୮ ମିଟର ଥ୍ରୋ କରିଥିଲେ । ବ୍ରାଜିଲର ଲୁଇସ୍‌ ଡା ସିଲଭା ୮୬.୬୨ ମିଟର ଜାଭଲିନ୍ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି ।ମେ ୧୬ରେ ଦୋହା ଡାଇମଣ୍ଡ ଲିଗ୍‌ ୨୦୨୫ରେ ଜୁଲିୟନ ୱେବର ନୀରଜଙ୍କୁ ହରାଇଥିଲେ । ତାଙ୍କ ଥ୍ରୋ ୯୧.୦୬ ମିଟର ଥିଲା । ନୀରଜଙ୍କ ଥ୍ରୋ ୯୦.୨୩ ମିଟର ଥିଲା । ସେ ଦ୍ବିତୀୟ ସ୍ଥାନରେ ରହିଥିଲା । ମେ ୨୩ରେ ପୋଲାଣ୍ଡରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଜୁଲିୟନଙ୍କଠୁ ହାରିଥିଲେ ନୀରଜ । ଏଥିରେ ଜୁଲିୟନଙ୍କ ଥ୍ରୋ ୮୬.୧୨ ମିଟର ଥିଲା । ନୀରଜଙ୍କ ଥ୍ରୋ ୮୪.୧୪ ମିଟର ଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE