ଯାଞ୍ଚ ଘେରରେ ଓଟିଟି ନେଟଫ୍ଲିକ୍ସ ଇଣ୍ଡିଆ
ଯାଞ୍ଚ ଘେରରେ ଓଟିଟି ନେଟଫ୍ଲିକ୍ସ ଇଣ୍ଡିଆ । ଏହି କମ୍ପାନି ବିରୋଧରେ ଭିଜା ନୀତି, ବର୍ଣ୍ଣବୈଷମ୍ୟ ଆକ୍ଷେପ, ଟିକସ ଚୋରୀ ଏବଂ ବିଭିନ୍ନ ବାଣିଜ୍ୟିକ ନୀତି ଉଲ୍ଲଘଂନ ଅଭିଯୋଗ ରହିଛି । ରୟଟର୍ସରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ସୌରାଷ୍ଟ୍ର ମନ୍ତ୍ରଣାଳୟର ଫରେନର୍ସ ରିଜିଅନାଲ ରେଜିଷ୍ଟ୍ରେସନ ଅଫିସ (ଏଫ୍ଆର୍ଆର୍)ର ଅଧିକାରୀ ଦିପକ ଯାଦବ ନେଟଫ୍ଲିକ୍ସ ଇଣ୍ଡିଆର ବିଜ୍ନେସ ଆଣ୍ଡ ଲିଗାଲ ଆଫାୟାର୍ସର ପୂର୍ବତନ ନିର୍ଦ୍ଦେଶକ ନନ୍ଦିନୀ ମେହେଟାଙ୍କୁ ଏ ନେଇ ଏକ ଇ-ମେଲ ଲେଖିଛନ୍ତି ।
ମାମଲା ସହ ଜଡିତ ନନ୍ଦିନୀ ମେହେଟା ୨୦୧୮ରୁ ୨୦୨୦ ମଧ୍ୟରେ ନେଟଫ୍ଲିକ୍ସର ଲସ୍ଏଞ୍ଜେଲସ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ କାମ କରିଥିଲେ । ଭାରତ ସରକାରଙ୍କ ଏହି ଇ-ମେଲ କମ୍ପାନିରେ ଲିଗାଲ ଏକଜିକ୍ୟୁଟିଭ ଭାବେ ତାଙ୍କ ଭୂମିକା, ଯାଞ୍ଚ ସମ୍ପର୍କିତ ଦସ୍ତାବିଜ ପ୍ରଦାନ କରିବା ନେଇ ଅନୁରୋଧ କରାଯାଇଥିଲା । ଏହି ଇ-ମେଲରେ ନେଟଫ୍ଲିକ୍ସର ଭାରତ କାରବାର ସହ ଜଡିତ ବିଜନେସ ପ୍ରାକ୍ଟିସ, ଭିଜା ନିୟମ ଏବଂ ଟିକସ ନିୟମ ଉଲ୍ଲଘଂନ ନେଇ ଚିନ୍ତା ପ୍ରକଟ କରାଯାଇଛି।