ବାଣିଜ୍ୟ

ଅରୁନ୍ଧତୀ ବାନ୍ଧକଳା ପକ୍ଷରୁ ନୂତନ ସମ୍ବଲପୁରୀ ଶାଢ଼ୀ ର ଫ୍ଲାଗଶିପ ସୋରୁମ ଉଦଘାଟିତ

5
(1)

ଅରୁନ୍ଧତୀ ବାନ୍ଧକଳା ତରଫରୁ ଓଡ଼ିଶାର ପାରମ୍ପରିକ ବୈଭବଶାଳୀ ହସ୍ତତନ୍ତରେ ଧନୀ ସମ୍ବଲପୁରୀ ଶାଢ଼ୀ ର ଫ୍ଲାଗଶିପ ସୋରୁମ, ଭୁବନେଶ୍ବର ଅରୁନ୍ଧତୀ ଜୁଏଲର୍ସ ୨ୟ ମହଲାରେ ଗତକାଲି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ମୁଖ୍ୟ ଅତିଥି, ଅରୁନ୍ଧତୀ ଗ୍ରୁପ ପ୍ରତିଷ୍ଠାତା ଶ୍ରୀ ବ୍ରହ୍ମାନନ୍ଦ ମେହେର, ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ତଥା ଅରୁନ୍ଧତୀ ବାନ୍ଧକଳା ର ଆଡ଼ଭାଇଜର ଶ୍ରୀ ସଞ୍ଜୟ କୁମାର ପଣ୍ଡା, ଓଲିଉଡ଼ ଦିବା ଅର୍ଚିତା, ସମାଜସେବୀ ରୋଜାଲିନ ପାଟଶାଣୀ ମିଶ୍ର ପ୍ରମୁଖ ଯୋଗଦାନ କରି ଏହି ବୃହତ ଶୋରୁମର ଶୁଭାରମ୍ଭ କରିଥିଲେ ।

ହସ୍ତତନ୍ତ ସହିତ ଜଡିତ ପ୍ରତ୍ୟେକଟି ଓଡ଼ିଆ ବୁଣାକାର ମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେବା ସହ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତିସାଧନ କରାଯାଇ ଓଡିଶାର ହସ୍ତତନ୍ତ ଓ ସୃଜନଶୀଳତାକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବାର ପରିକଳ୍ପନାରୁ ସୃଷ୍ଟି ଅରୁନ୍ଧତୀ ବାନ୍ଧକଳା । ଏଥି ନିମନ୍ତେ ଅରୁନ୍ଧତୀ ବାନ୍ଧକଳା ତରଫରୁ ସୋନପୁର ଠାରେ ୧୦ ଏକର ପରିମିତ କ୍ୟାମ୍ପସରେ, ୩୦୦୦ ତନ୍ତବୁଣା ଯନ୍ତ୍ର ଏବଂ ୫୦୦୦ ରୁ ଉର୍ଦ୍ଧ ବୁଣାକାର ପୁରୁଷ ଓ ମହିଳାଙ୍କୁ ନେଇ ଆରମ୍ଭ ହେବାକୁ ଯାଉଥିବା ଅତ୍ୟାଧୁନିକ ଗବେଷଣାଗର ଓ ଟ୍ରେନିଂ ସେଣ୍ଟର ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଅଛି । ଏଠାରେ ହେବାକୁ ଥିବା ଉର୍ନତ ମାନର ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଯୋଡି ଏକ ସମାନ୍ତରାଳ ବଜାର ସୃଷ୍ଟି କରି ବୁଣାକାରମାନଙ୍କୁ ଅଧିକ ଲାଭାନ୍ଧିତ ଓ ସମ୍ମାନିତ କରାଯିବାର ନିରନ୍ତର ପ୍ରୟାସ କରାଯିବ ।

ଏହି ଅବସରରେ ଅରୁନ୍ଧତୀ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମେହେର ପ୍ରକାଶ କରିଛନ୍ତି ଯେ, ଓଡ଼ିଶା ବାନ୍ଧକଳା ଇତିହାସ ବହୁ ପୁରାତନ । ଏହି ପାରମ୍ପରିକ ବୃତ୍ତିରେ ଲିପ୍ତ କାରିଗରଙ୍କ ସଂଖ୍ୟା ମଧ୍ୟ ବହୁତ ସ୍ବଳ୍ପ । ସେମାନଙ୍କ କଳା, ପ୍ରତିଭାରେ ପାରଦର୍ଶୀରେ ଝଲସୁଥିବା ସମ୍ବଲପୁରୀ ଶାଢ଼ୀ କୁ ନେଇ ପ୍ରତ୍ୟେକଟି ଓଡ଼ିଆ ଗୌରବାନ୍ବିତ ହୋଇଥାଏ । ଉଲ୍ଲେଖ ଯୋଗ୍ୟ ଯେ ,ଏହି ଅବସରରେ ବାନ୍ଧଶିଳ୍ପରେ ନିଜସ୍ବ ଚେଷ୍ଟା ବଳରେ ପ୍ରତିଭା ଅର୍ଜନ କରିଥିବା ୫ ଜଣ ପ୍ରତିଭାଶାଳୀ ମହିଳା ବୁଣାକାରଙ୍କୁ ଉପମୁଖ୍ୟମନ୍ତ୍ରୀ ନିଜ କରକମଳରେ ସମ୍ମାନିତ କରି ଏହି ମହତ ଅଭିଯାନର ଶୁଭାରମ୍ଭ କରିଥିଲେ ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE