ଦୁର୍ଘଟଣା ପରେ ରାଜପଥରେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ
ଦୁର୍ଘଟଣା ପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ଢେଙ୍କାନାଳ ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ। କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହିଷାପାଟ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ମୃତ ଯୁବକଙ୍କ ନିକଟ ସମ୍ପର୍କୀୟ ପରିବାରକୁ କ୍ଷତିପୂରଣ ଏବଂ ଗୁରୁତର ହୋଇଥିବା ଯୁବକଙ୍କୁ ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ଦାବିରେ ମହିଷାପାଟ ବାଇପାସ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।
ଭୁବନେଶ୍ବର ଫେରୁଥିବାବେଳେ ମନ୍ତ୍ରୀ ରବି ନାଏକଙ୍କୁ ଲୋକେ ଘେରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଖବର ପାଇ ଜିଲା ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ସେମାନଙ୍କ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା।
Related posts:
ବର୍ଷାରେ ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍October 6, 2024
ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାରOctober 6, 2024
ରବିବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀOctober 6, 2024
ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍October 6, 2024
୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଲେ ନିଯୁକ୍ତିପତ୍ରOctober 5, 2024
ଭୁବନେଶ୍ଵରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ଶୁଭାରମ୍ଭOctober 5, 2024