ଜାତୀୟ

ମୁମ୍ବାଇ ଏୟାରପୋର୍ଟରୁ ୨ ଆତଙ୍କବାଦୀ ଗିରଫ

0
(0)

ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦୁଇ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କରିଛି ଏନଆଇଏ । ମୁମ୍ବାଇ ଏୟାରପୋର୍ଟରୁ ଶନିବାର ଏହି ଆତଙ୍କବାଦୀ ଅବଦୁଲ୍ଲା ଫୈଜ୍‍ ଶେଖ୍‍ ଓରଫ ଡାଏପରୱାଲା ଏବଂ ତଲହା ଖାନାଙ୍କୁ ଗିରଫ କରି ଛାନଭିନ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କୀ ଲିଙ୍କରେ ଜାମ୍ମୁ-କାଶ୍ମୀରର ଗାନ୍ଦରବଲ ଅଞ୍ଚଳରେ ଚଢାଉ ଜାରି ରହିଛି ।

ସୂଚନା ଅନୁସାରେ ଏହି ଦୁଇ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ । ଭାରତ ଫେରିବା ପରେ ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଠାବ କରାଯାଇଥିଲା । ଏହାପରେ ଏନଆଇଏ ଦୁଇ ଜଣଙ୍କୁ ଗିରଫ କରିଥିଲା । ୨୦୨୩ ପୁଣେ ଆଇଇଡି ମାମଲାର ଏମାନେ ମୁଖ୍ୟ ଅଭିଯୁକ୍ତ । ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । କେବଳ ଏତିକି ନୁହେଁ ଏହି ଦୁଇଜଣଙ୍କ ବିଷୟରେ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ।

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE