ଜାତୀୟ

ଲୋକ ସଭାରେ ପାରିତ ହେଲା ନୂଆ ଆୟକର ବିଲ୍‌

0
(0)

ଲୋକସଭାରେ ପାରିତ ହୋଇଛି ନୂଆ ଆୟକର ବିଲ-୨୦୨୫। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା। ନୂତନ ଆୟକର ବିଲ-୨୦୨୫ ପ୍ରଥମେ ଗତ ଫେବୃୟାରୀ ୧୩ ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ତାହାକୁ ପ୍ରତ୍ୟାହାର କରିନେଇଥିଲେ।

ବର୍ତ୍ତମାନ ପ୍ରଚଳିତ ଆୟକର ଆଇନ ୧୯୬୧କୁ ହଟାଇ ନୂଆ ଆଇନ ଆଣିବା ଲାଗି କେନ୍ଦ୍ର ସରକାର ନୂତନ ଆୟକର ବିଲ-୨୦୨୫ ଆଣିଥିଲେ। ଦେଶର ଟିକସ ବ୍ୟବସ୍ଥାକୁ ଅପଡେଟ ଏବଂ ସରଳୀକରଣ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଥିରେ ଅନେକ ପରିବର୍ତ୍ତନ ଦରକାର ଥିବାରୁ ସେଥିଲାଗି ଏକ ସଂସଦୀୟ ଚୟନ କମିଟି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଗଠନ କରାଯାଇଥିଲା। କମିଟିର ସୁପାରିସ କ୍ରମେ ବିଲ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ୩୧ ସଦସ୍ୟ ବିଶିଷ୍ଟ କମିଟି ପକ୍ଷରୁ ୪୫୭୫ ପୃଷ୍ଠାର ରିପୋର୍ଟ ଗତ ମାସରେ ପ୍ରଦାନ କରାଯାଇଥିଲା। ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ଏବଂ ଅନେକ ଛୋଟ ପରିବର୍ତ୍ତନ କରାଯାଇଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE