ସଂପ୍ରସାରଣ ହେଲା ନୀତିଶଙ୍କ ମନ୍ତ୍ରିମଣ୍ଡଳ
ବିହାର ରାଜନୀତିରେ ବଡ଼ ହଲଚଲ । ସଂପ୍ରସାରଣ ହେଲା ନୀତିଶଙ୍କ ମନ୍ତ୍ରିମଣ୍ଡଳ । ବିଜେପିର ୭ ବିଧାୟକ ପାଇଲେ ମନ୍ତ୍ରୀ ପଦ ଚର୍ଚ୍ଚାରେ ପଡ଼ିଲା କି ଯବନିକା ।
ଦିଲ୍ଲୀରେ ବିଜେପିର ବଡ଼ ବିଜୟ ପରେ ଏବେ ବିହାରକୁ ଫୋକସ୍ରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖାଲି ଫୋକସ କରିଛନ୍ତି ତାହା ନୁହେଁ ବରଂ ଗସ୍ତ ବି କରିଛନ୍ତି । ବଜେଟ୍ରେ ଏନେଇ ସ୍ପଷ୍ଟ ଦେଖାଯାଇଥିଲା ବିହାରକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଅନୁଦାନ ମିଳିଛି । ଅବଶ୍ୟ ଏହାକୁ ନେଇ ବିରୋଧୀମାନେ ଗର୍ଜନ କରିଥିଲେ । ହେଲେ ବିଜେପି ସାଂସଦ ସମ୍ବିତ ପାତ୍ର କହିଥିଲେ, ବିହାରର ଅର୍ଥନୀତିର ବିକାଶ କରିବାକୁ ହେଲେ ଅଧିକ ଅନୁଦାନ ଆବଶ୍ୟକ । ଏଥିରେ କୌଣସି ରାଜନୀତି ନାହିଁ । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପ୍ରତିରାଜ୍ୟକୁ ସମାନ ଭାବରେ ଦେଖାଯାଉଛି । ଏମିତିକି ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ନୀତିଶଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଏହିରୁଦ୍ଧ ଦ୍ବାର ବୈଠକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ବି ହେଲା । ଆଉ ଆଜି ନୀତିଶ କୁମାର ନିଜ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବାର ଅର୍ଥ ନୀତିଶ ଆଗକୁ ଏନଡିଏ ସହ ହିଁ ରହିବେ ।