ରାଜ୍ୟ

ବନ୍ୟାରେ ଉବୁଟୁବୁ ଇତ୍ତର ଓଡ଼ିଶା

0
(0)

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ ଏହାର ଶାଖା ନଦୀ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ଫଳରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା। ଦଶରଥପୁର ବ୍ଲକ କସପା ପଞ୍ଚାୟତ ଅହିୟାସ ନିକଟରେ ୧୫୦ ଫୁଟର ଘାଇ ସୃଷ୍ଟି ହେବାରୁ ପାଖାପାଖି ୧୦୦ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି। ୨୦ଟି ପଞ୍ଚାୟତ ଏହି ବନ୍ୟାରେ ପ୍ରଭାବିତ ହୋଇଛି। ଗାଁରେ ବନ୍ୟା ଜଳ ପ୍ରବେଶ କରିଛି। ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରଲକର ୧୦ରୁ ଅଧିକ ମୁଖ୍ୟ ସଡ଼କ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳପୁର-ଆରଡି, କାଟିଆ-ବୈଷପାନ ରାସ୍ତା, ମଲିକାପୁର-ବୌଳାଙ୍ଗ ରାସ୍ତା, ଅହିୟାସ ପଞ୍ଚପଡ଼ା ମୁଖ୍ୟ ଉପରେ ରାସ୍ତା ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୬୧୯୧ ଜଣଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ବନ୍ୟା ପୀଡିତଙ୍କୁ ୧୫୦ କୁଇଣ୍ଟାଲ ଚୁଡା, ୧୫ କୁଇଣ୍ଟାଲ ଗୁଡ, ପାନୀୟ ଜଳ, ଔଷଧ, ଓଆରଏସ ପ୍ୟାକେଟ ଆଦି ବଣ୍ଟନ କରାଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଦଶରଥପୁରରେ ପହଞ୍ଚି ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ।

ଦଶରଥପୁର ନିକଟରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଶନିବାର ଭୋରୁ କସପା ପଞ୍ଚାୟତ ଦରଘା ନିକଟରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ପରେ ଏହା ୧୫୦ ଫୁଟ ଚଉଡ଼ା ହେଲାଣି। ଘାଇ ଦେଇ ବନ୍ୟା ଜଳ ଗ୍ରାମାଞ୍ଚଳକୁ ପ୍ରବେଶ କରୁଥିବାରୁ ବ୍ଲକ୍‌ର କସପା, ମଲ୍ଲିକାପୁର, ତରପଦା, କଟିକଟା, ଜୟନ୍ତରା, ଛଞ୍ଚିଣା, ତରପଦା, ଦୁଦୁରାଅନ୍ତା, ନିଜାମପୁର, ଦତ୍ତପୁର, କୟାଁ, କମାରଡିହି, ଖାନନଗର, ଶୁଶୁଆ, କନିକାପଡ଼ା, ମଙ୍ଗଳପୁର, ଥାଲକୁଡ଼ି, ଜାଫରପୁର, ପାଲଟପୁର, ବିରିପଟା ଆଦି ପଞ୍ଚାୟତର ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବିଶେଷ କରି କସପା, ମଲ୍ଲିକାପୁର, ନିଜାମପୁର, ଦୁଦୁରାଅନ୍ତା, କୟାଁ, କମାରଡିହି, ଖାନନଗର, ଦତ୍ତପୁର, ତରପଦା, ଜୟନ୍ତରା ପଞ୍ଚାୟତରେ ଭୟଙ୍କର ପରିସ୍ଥିତି ଉପୁଜିଛି|

ସେହିପରି ସୁବର୍ଣ୍ଣରେଖା ବନ୍ୟାରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର, ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ ଅଧୀନ ୨୭ ପଞ୍ଚାୟତର ୧୦୪ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।ବୈତରଣୀରେ ବନ୍ୟା ଯୋଗୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍ ଅଧୀନ ୯ ପଞ୍ଚାୟତର ୭୨ରୁ ଅଧିକ ଗାଁ ପ୍ରଭାବିତ ହେବା ସହ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। ଆଜି ଉଭୟ ନଦୀର ଜଳସ୍ତର କମିଥିଲେ ବି ଲୋକମାନେ ନାନା ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡିହି ବ୍ୟାରେଜ୍‌ରୁ ଜଳ ନିଷ୍କାସନ ଫଳରେ ଗତକାଲି ସକାଳଠାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଇଥିଲା | ତେବେ ମଧ୍ୟରାତିରୁ ନଦୀର ଜଳସ୍ତର କମିବାରେ ଲାଗିଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ଏଠାରେ ଜଳସ୍ତର ୧୦.୫୫ ମିଟରରେ ରହିଛି । ଏଠାରେ ଜଳସ୍ତର ଏବେବି ବିପଦସଂକେତ ଉପରେ ରହିଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE