ଭାରତର ଏନ.ଏସ.ଏ ଏବଂ ରୁଷ୍ ରାଷ୍ଟ୍ରପତିଙ୍କ ୱାନଟୁୱାନ ବୈଠକ
NSA ଅଜିତ ଡୋଭାଲଙ୍କୁ ଭେଟିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସେଣ୍ଟ ପିଟର୍ସବର୍ଗରେ ୱାନ୍ ଟୁ ୱାନ୍ ବୈଠକରେ ଦୁହେଁ ଆଲୋଚନା କରିଛନ୍ତି । ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ ଓ ଶାନ୍ତି ଆଲୋଚନା ଉପରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି । ସେହିପରି ଦ୍ବିପାକ୍ଷିକ ସୁରକ୍ଷାକୁ ନେଇ ଡୋଭାଲ୍-ପୁଟିନ୍ ଆଲୋଚନା କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ରୁଷ ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ଓ ବ୍ରିକ୍ସ ପ୍ଲସ୍ ହାଇ ଲେଭେଲ୍ ସୁରକ୍ଷା ଅଧିକାରୀଙ୍କ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି ଡୋଭାଲ୍ । ପୂର୍ବରୁ ପୁଟିନ୍ କହିଥିଲେ, ୟୁକ୍ରେନ୍ ସହ ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥତା କରିପାରିବେ। ତା’ର କିଛି ଦିନ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ସେଣ୍ଟ ପିଟର୍ସବର୍ଗରେ ପୁଟିନଙ୍କ ସହ ସାକ୍ଷାତ ଆଲୋଚନାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି ।
Related posts:
ଜାଣନ୍ତୁ କାହିଁକି ବ୍ଲକ୍ ହେଲା ଏହି ୧୭ ହଜାର ହ୍ୱାଟ୍ସଆପ୍ ଆକାଉଣ୍ଟNovember 22, 2024
ପ୍ରାଥମିକ ରିପୋର୍ଟ ଅନୁସାରେ ଆଗୁଆ ଅଛନ୍ତି ଡୋନାଲଡ ଟ୍ରମ୍ପNovember 6, 2024
ବିଦେଶରେ ବିକ୍ରି ହେବ ପାରାଦୀପ ମାଛNovember 2, 2024
October 14, 2024
ହାନ୍ କାଙ୍ଗ୍ଙ୍କୁ ସାହିତ୍ୟରେ ନୋବେଲ୍October 11, 2024
ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାରOctober 10, 2024