ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତି
ସଂଖ୍ୟା ଗରିଷ୍ଠତା ହାସଲ କରି ଓଡ଼ିଶାକୁ ନିଜ ଦଖଲକୁ ନେଇଛି ବିଜେପି । ହେଲେ କିଏ ହେବ ମୁଖ୍ୟମନ୍ତ୍ରୀ ଏବେ ମଧ୍ୟ ଲାଗି ରହିଛି ସସପେନ୍ସ । କିଛିଦିନ ତଳେ ଗିରିଷ ମୁର୍ମୁ ଙ୍କ ଫଟୋ ମୁଖ୍ୟମନ୍ତ୍ରୀ ପାଇଁ ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା ବେଳେ, ଏବେ ରେସ୍ ରେ ସାମିଲ ହୋଇଛନ୍ତି ସୁରେଶ ପୂଜାରୀ ।
ଅନ୍ୟପଟେ ଓଡ଼ିଶାରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି ବିଜେପି ସଂସଦୀୟ ବୋର୍ଡ। ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ ।