ଜାତୀୟ

ଘରକୁ ଖୁସି ଆଣିଦେଲେ ଚାଷୀ ପୁଅ

0
(0)

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଓଡ଼ିଆ ଚାଷୀ ଘର ପୁଅ । ଏ ଯୁବକ ଜଣେ ଏମିତି ପ୍ରତିଭା ଯାହାଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପ୍ରଶଂସିତ କରିଛନ୍ତି । ଜିତେନ୍ଦ୍ରଙ୍କର ଏ ଯାତ୍ରା ଟିକେ କଠିନ ଥିଲା କିନ୍ତୁ ଆଜିର ଏହି ଖୁସି ସବୁ କଷ୍ଟକୁ ଲିଭେଇଦେଇଛି ।

ହଁ ଦର୍ଶକବନ୍ଧୁ, ପଙ୍କରେ ପଦ୍ମ ଯେପରି ଫୁଟେ, ଠିକ ସେହିପରି ଜିତେନ୍ଦ୍ର ଗରିବ କୁଡ଼ିଆରୁ ଫୁଲ ହୋଇ ଫୁଟିଛନ୍ତି । ଆଉ ଏ ପ୍ରତିଭାବାନ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡା ଗାଁର ସୁଦର୍ଶନ ପ୍ରଧାନଙ୍କ ବଡ଼ ପୁଅ ଜିତେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେବା ପରେ ବାପା, ମାଆ ଙ୍କ ମନରେ ବହୁତ ଖୁସି ଏବଂ ଗ୍ରାମବାସୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ସୁଦର୍ଶନଙ୍କ ପରିବାର ଏକ ଚାଷୀ ପରିବାର, ଜିତେନ୍ଦ୍ର ମାଟ୍ରିକ ପର୍ଯ୍ୟନ୍ତ ଗାଁ ହାଇସ୍କୁଲ,ଯୁକ୍ତ ଦୁଇ ବିଜ୍ଞାନରେ ଖେମୁଣ୍ଡି ମହାବିଦ୍ୟାଳୟ ଏବଂ ଆଇଟିଆଇ ହିଞ୍ଜିଳିକାଟୁରେ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଭୁବନେଶ୍ୱର NSTIର ଇଲେକ୍ଟ୍ରିସିଆନ ଛାତ୍ର ହୋଇ CTIS ପକ୍ଷରୁ ଅଗଷ୍ଟ ମାସରେ ଅଲ ଇଣ୍ଡିଆ ଟ୍ରେଡ଼ ଟେଷ୍ଟରେ ଇଞ୍ଜିନିଅରିଙ୍ଗ ଟ୍ରେଡ଼ ଟେଷ୍ଟରେ କ୍ୟାଟୋଗରି ପରୀକ୍ଷା ଦେଇଥିଲେ । ଏଥିରେ ପୂର୍ବାଞ୍ଚଳ ଜୋନରେ ଜିତେନ୍ଦ୍ର ଟପ୍ପର ହୋଇ ଜାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ତାଙ୍କର ଏହି ସଫଳତା ପାଇଁ ଶନିବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିତେନ୍ଦ୍ର କୁ ପୁରସ୍କୃତ କରିଛନ୍ତି । ଚାଷୀ ପରିବାର କେବେ ବି ସ୍ବପ୍ନରେ ଭାବିନଥିଲେ ତାଙ୍କ ପୁଅ ପାଠ ପଢି ସୁନାମ ଅର୍ଜନ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମ୍ମାନ ପାଇବେ । ଖବର ପାଇବା ପରେ ବାପା, ମାଆ ଖୁସି ପ୍ରକାଶ କରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE