ଜାତୀୟ

ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଲା ଓଡ଼ିଆ ଭାଷା

0
(0)

ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ବିଶ୍ବସ୍ତରରେ ବଢୁଛି ଓଡିଆ ଭାଷାର ଆଦର ଏବଂ ସାରା ବିଶ୍ବରେ ଓଡିଆ ଭାଷାକୁ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଓଡିଶାର ଗୀତ, ନୃତ୍ୟକୁ ଓଡ଼ିଶା ବାହାରେ, ଦେଶ ବାହାରେ ପରିବେଷଣ କରି ଏହାର ଗୁରୁତ୍ବକୁ ବଢା ଯାଉଥିବା ବେଳେ ଏବେ କାଲିଫର୍ଣ୍ଣିଆର ଫିସ୍ ପୋଲ୍ (ଶାନ୍ତି ସ୍ତମ୍ଭ)ରେ ସ୍ଥାନ ପାଇଛି ଓଡିଆ ଭାଷା । ଆମ ମାତୃଭାଷା ଆମେରିକାର ଶାନ୍ତି ସ୍ତମ୍ଭରେ ଲିଖିତ ନୀତିବାଣୀରେ ଦେଖିବାକୁ ମିଳିଛି ।

ତେବେ କାଲିଫର୍ଣ୍ଣିଆର ସିଲିକନ୍ ଭ୍ୟାଲିର କୁପର୍ଟିନୋ ସହରରେ ପିସ୍ ପୋଲରେ ସ୍ଥାନ ପାଇଛି ଓଡ଼ିଆ ଭାଷା । ବିଶ୍ବର ବିଭିନ୍ନ ଦେଶର ଭାଷାରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ଏହି ଶାନ୍ତି ସ୍ତମ୍ଭରେ ବିଶ୍ବର ବିଭିନ୍ନ ଦେଶ ଓ ରାଜ୍ୟକ ଭାଷାକୁ ସ୍ଥାନ ଦିଆଯାଇଥିବା ବେଳେ ଓଡିଆ ଭାଷାରେ ଲେଖାଯାଇଛି “ଶାନ୍ତି ପୃଥିବୀରେ ବିରାଜମାନ ହେଉ”…

ଏହି ଐତିହାସିକ ପଦକ୍ଷେପ ପଛରେ ଅଛନ୍ତି ପ୍ରବାସୀ ଓଡ଼ିଆ ରୀନା ପଟ୍ଟନାୟକ ରାଓ । ସେ ୩୦ ବର୍ଷରୁ ଅଧିକ ସମୟ ଧରି ସେଠାରେ ରହି ଆସୁଥିବା ବେଳେ ଏନେଇ ସେ ପ୍ରୟାସ ଜାରି ରଖିଥିଲେ । ଆଉ ଏବେ କୁପର୍ଟିନୋର ପିସ୍ ପୋଲରେ ଓଡ଼ିଆକୁ ସ୍ଥାନ ମିଳିଛି । ଆମେରିକାର ଶ୍ରେଷ୍ଠ କମ୍ୟୁନିଟି କଲେଜ୍‌ “ଡି ଆଞ୍ଜା କଲେଜ୍” ଓ ରୋଟାରୀ ଏହି ପ୍ରୟାସରେ ଭାଗିଦାରୀ ହୋଇଛି । ହିରୋଶିମା ଓ ନାଗାସାକିର ଦୁର୍ଭାଗ୍ୟଜନକ ବିଧ୍ୱଂସ ପରେ ସମଗ୍ର ବିଶ୍ୱରେ ଶାନ୍ତିର ସନ୍ଦେଶ ପ୍ରଚାର ପାଇଁ ପିସ୍ ପୋଲ ପ୍ରତୀକାତ୍ମକ ଭାବରେ ନିର୍ମାଣ ହୋଇଥିଲା । ଶାନ୍ତି ସ୍ତମ୍ଭରେ ଓଡ଼ିଆ ଭାଷା ସ୍ଥାନିତ ହେବା କେବଳ ଯୁକ୍ତରାଷ୍ଟ୍ରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଏବଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ରୀନା ପଟ୍ଟନାୟକ ରାଓ କହିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE