ରାଜ୍ୟ

ଓଡ଼ିଶା ଏଆଇ ମିଶନ ୨୦୨୫-୨୬ ପାଇଁ ବଜେଟ୍ ଘୋଷଣା

0
(0)

ଭୁବନେଶ୍ୱର ସ୍ଥିତ ଲୋକସେବା କନଭେନ୍ସନ ହଲ୍‌ରେ ରିଜୋନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଘୋଷଣା କରିଛି ଯେ, ଶାସନ ଏବଂ ସାର୍ବଜନୀନ ସେବାରେ କୃତ୍ରିମ ବୁଦ୍ଧିମତ୍ତାର ଅତ୍ୟାଧୁନିକ ନିୟୋଜନକୁ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ରିଜୋନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ ଅନୁଷ୍ଠିତ ହୋଇଛି । ୧୮ରୁ ୨୦ ଡିସେମ୍ବର ୩ ଦିନ ଧରି ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭର୍ଚୁଆଲି ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ନେଇ ଏକ୍ସରେ ଟ୍ୱିଟ୍ କରିଛନ୍ତି ଯେ, କୃତ୍ରିମ ବୁଦ୍ଧିମତା (ଏଆଇ) ଏବେ ଶାସନ ବ୍ୟବସ୍ଥାର ସୁଧାର ଓ ସ୍ଥାୟୀ ବିକାଶରେ ଏକ ପ୍ରମୁଖ ବାହକ ଭାବରେ ଉଭା ହୋଇଛି । ଓଡ଼ିଶା ସରକାର ଏଆଇକୁ ବ୍ୟବହାର କରି ଜନତାଙ୍କୁ ଯଥାଶୀଘ୍ର ସେବା ପ୍ରଦାନ କରିବେ । ଏଥିସହ ବିଭିନ୍ନ କ୍ଷେତ୍ରରେ କାମକୁ ସହଜ ଓ ସରଳ କରିବା ସହ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଦୃଢ଼ ଭାବେ ପ୍ରତିବଦ୍ଧ । ଏଆଇ ଇମ୍ପାକ୍ଟ କନଫରେନ୍ସ ଓଡ଼ିଶାର ଇକୋସିଷ୍ଟମ ଏବଂ ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିବ । ଏହା ପ୍ରଯୁକ୍ତିବିଦ୍ୟାକୁ ଆହୁରି ମଜବୁତ କରିବା ସହ ଭବିଷ୍ୟତରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବ ।

ଅନ୍ୟପଟେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏହି ସମିଟ୍‌ରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା, ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଏଆଇ ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ । ଦୈନନ୍ଦିନ ଜୀବନରେ ଏଆଇର ଭୂମିକା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଛି । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଗକୁ ବଢ଼ୁଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଏହି ସମ୍ମିଳନୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାମ କରୁଥିବା ଅନେକ ପ୍ରତିନିଧି ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାମଲ ହୋଇଥିଲେ । ଏହି ଏଆଇ ସମ୍ମିଳନୀରେ ତିନି ସୁତ୍ର ପିପୁଲ, ପ୍ଲାନେଟ୍, ପ୍ରୋଗ୍ରେସ୍ ଓ ୭ ଚକ୍ରକୁ ନେଇ ଆଲୋଚନା ହୋଇଥିଲା ।

ଆଜି ଓଡ଼ିଶା ଏଆଇ ମିଶନ ପୋର୍ଟାଲ ଲଞ୍ଚ ହୋଇଛି । ଶାସନ ଏବଂ ନାଗରିକ ସେବା ପାଇଁ ଏଆଇ ଆପ୍ର ମୂଳ ଉଦ୍ଦେଶ୍ୟ ଏଆଇ ସହ ସାଧାରଣ ଲୋକ କାମ କରିପାରିବେ, ଏଆଇକୁ ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ । ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗରେ ଏଆଇ ଉପଯୋଗ ଉପରେ ଫୋକସ୍ କରାଯାଉଛି । ସୁଭଦ୍ରା ପୋର୍ଟାଲ ହେଉ ବା କୃଷି ସବ୍‌ସିଡିରେ ଏଆଇର ବ୍ୟବହାର କରାଯାଉଛି । ଆଗକୁ ୪୧ଟି ବିଭାଗରେ ଏଆଇ ଉପଯୋଗ ହେବ । ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ଏଆଇ ବ୍ୟବହାର କରାଯିବ । ଓଡ଼ିଆ ଭାଷାକୁ ଏଆଇରେ ଆଣିବାକୁ ବ୍ୟବସ୍ଥା କରାଯିବ । ଭାଷାଦାନ କାର୍ଯ୍ୟକ୍ରମ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶା ଏଆଇ ମିଶନ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ବଜେଟ୍ ଘୋଷଣା କରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE