ରାଜ୍ୟ

ଗ୍ରହରେ ହାଟଗୋଳ, ବିଜୁଙ୍କୁ ଅସମ୍ମାନ

0
(0)

ବିଧାନସଭା ବଜେଟ ଅଧିବେଶନ ଆରମ୍ଭ । ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ପ୍ରଶ୍ନ ଉତ୍ତର କାଳ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସର ହଟ୍ଟଗୋଳ । ପୋଡ଼ିୟମ ନିକଟରେ ହଟ୍ଟଗୋଳ ସହିତ ନାରାବାଜି କରିଥିଲେ । ପୋଡିୟମ ଉପରକୁ ଚଢ଼ି ମାଇକ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ବିରୋଧୀଙ୍କ  ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଗୃହ ମୁଲତବୀ । ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା । ସେ ନେଇ ବିଜେଡି ପ୍ରଶ୍ନ କରିଛି । ସେହିପରି କଂଗ୍ରେସ ସଦସ୍ୟ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ । ବାଚସ୍ପତି ପୋଡିୟମ ଆଗରେ ପ୍ରତିବାଦ ଓ ନାରାବାଜି କରିଥିଲେ । ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବସି ବିଜେଡି ସଦସ୍ୟଙ୍କ ପ୍ରତିବାଦ । ପ୍ଲା କାର୍ଡ ଧରି  ବିଜୁ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିଜେଡି ସଦସ୍ୟ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE