EconomyEditor's Pickenterprise-odisha-conclaveFashionFeaturedHighlightsIn PictureLifestyleNatureOdisha CongressOthersPuriTechTechnologyରାଜ୍ୟ

ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ବିଜେପିର ଫୋକସ୍

0
(0)

ମୋଦି-ଶାହଙ୍କ ଗସ୍ତ ପରେ ଆଗ୍ରେସିଭ ମୁଡ୍ ରେ ରାଜ୍ୟ ବିଜେପି। ମୋଦି ମନ୍ତ୍ରକୁ ପାଥେୟ କରି ମଜଭୁତ ସଙ୍ଗଠନ ପାଇଁ ରଣନୀତି। ପଞ୍ଚାୟତ ଏବଂ ପୌର ନିର୍ବାଚନ ଉପରେ ଫୋକସ୍ । ସମସ୍ତ ଜିଲ୍ଲା ପରିଷଦ ଦଖଲ ପାଇଁ ବ୍ଲୁପ୍ରିଣ୍ଟ। ମୋଦି ଯାଉ ଯାଉ ବିଜେଡିକୁ ବଡ଼ ଝଟ୍‌କା ଦେଇଛି ଦଳ। ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳରେ ମିଶାଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ବଡ଼ାମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ତାଙ୍କ ସହ ଶତାଧିକ କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଛନ୍ତି ।

ଲମ୍ବା ସମୟ ଧରି କ୍ଷମତାରେ ରହିବା,ଆଉ ଏବେ କ୍ଷମତା ଯିବା ପରେ ବିଜେଡି ଛାଡି ବିଜେପି ମୁହାଁ ହେଉଛନ୍ତି ପଞ୍ଚାୟତ ପ୍ରତିନିଧି । ତେଣୁ ତୃଳମୂଳ ସ୍ତରରେ ଥିବା ବିଜେଡି ସଙ୍ଗଠନକୁ ନିଜ ଆଡକୁ ଆଣି ସଙ୍ଗଠନ ମଜଭୁତ ପାଇଁ ବିଜେପି କରିଛି ଯୋଜନା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପୂର୍ବରୁ କହିଥିଲେ ତାଲିକା ପ୍ରସ୍ତୁତ ହୋଇଛି। ପୁଣି ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ ପରେ ଅନ୍ୟ କିଛି ସାଂସଦ ବି ବିଜେପି ଲିଙ୍କରେ ଥିବା କୁହାଯାଉଛି। ବିଜେଡି କହିଛି ପୋଲିସ ପ୍ରଶାସନକୁ ବ୍ୟବହାର କରି ଆକ୍ରୋଶ ରାଜନୀତି କରୁଛି ବିଜେପି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply