ରାଜ୍ୟ

୧୯ରୁ ଖାତା ଦେଖା,ମେ’ ପ୍ରଥମ ସପ୍ତାହରେ ଆସିପାରେ ମାଟ୍ରିକ ରେଜଲ୍ଟ

0
(0)

ସମସ୍ତଙ୍କ ସହଯୋଗରେ ଗୁରୁବାର ଶାନ୍ତି ଶୃଙ୍ଖଳାର ସହ ସରିଛି ମାଟ୍ରିକ ପରୀକ୍ଷା । କୌଣସି ଅସୁବିଧା ହୋଇନି । ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନି । ଆମେ ଯେଉଁ ୱାଟର ମାର୍କ ଓ କ୍ୟୁଆର୍‌ କୋଡ୍‌ ତାର ଭଳ ଫଳ ମିଳିଲା । ଏହା ଆମକୁ ସାହାଯ୍ୟ କଲା । AI କ୍ୟାମେରା ଦ୍ବାରା ପରୀକ୍ଷାରେ ହେଉଥିବା ଅନିୟମିତତା ଧରାପଡିଲା । ଶେଷ ଦିନରେ କୌଣସି ପିଲା କପି କରି ଧରାପଡି ନାହାନ୍ତି । ଶେଷ ଦିନରେ ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ୧୯ରୁ ଆରମ୍ଭ ହେବ ଖାତା ଦେଖା । ମଇ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ନେଇ ଚେଷ୍ଟା କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।

ଗୁରୁବାର ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏ ହୋଇଥିଲା ପରୀକ୍ଷା । ପରୀକ୍ଷା ସରିବା ପରେ କେନ୍ଦ୍ରରୁ ହସଖୁସିରେ ବାହାରିଥିଲେ ଛାତ୍ରଛାତ୍ରୀ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇଥିଲା ପରୀକ୍ଷା । ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସୁରୁଖୁରୁରେ ପରୀକ୍ଷା ଶେଷ କରିବାକପ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଥମ ଥର ପାଇଁ କପି ରୋକିବାକୁ ପ୍ରଶ୍ନପତ୍ରରେ QR କୋଡ୍‌ର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପରୀକ୍ଷା କେନ୍ଦ୍ରରେ ଅନିୟମିତତା ରୋକିବାକୁ ଫ୍ଲାଇଂ ସ୍କାଡ୍‌, ସେଣ୍ଟ୍ରାଲ ଅବଜରଭର ଓ ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE