ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ ନେଇ କିଛି ଏଭଳି କହିଲେ ମୁଖ୍ୟମନ୍ତ୍ରୀ
ଆମ ସରକାର ରାଜ୍ୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ସହିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଓ ‘ଶିଶୁ ବାଟିକା’ ଭଳି ଅନେକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଉଛନ୍ତି। ଏହି ଅବସରରେ ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରିଛି ଯେ, ପିଲାମାନଙ୍କୁ କେବଳ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ପ୍ରତିଯୋଗିତାରେ ନ ପକାଇ, ସେମାନଙ୍କୁ ସେମାନଙ୍କ ପସନ୍ଦ ଓ ପ୍ରତିଭା ଅନୁସାରେ ଉଡ଼ିବାକୁ ସୁଯୋଗ ଦିଅନ୍ତୁ ।
ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ। ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
