ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନିର୍ମାଣ ହେବ ସ୍ଥାୟୀ ରାଜମହଲ
ବରଗଡ଼ବାସୀଙ୍କ ପାଇଁ ଆସିଲା ଖୁସି ଖବର। ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନିର୍ମାଣ ହେବ ସ୍ଥାୟୀ ରାଜମହଲ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୨କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ରାଜ୍ୟ ପର୍ଯ୍ୟଟନ ବିଭାଗର ପକ୍ଷରୁ ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ତାଙ୍କ ଫେସବୁକ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି।