୧୮ ମାସ ପାଇଁ ସସ୍ପେଣ୍ଡ ହେଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍
ଆସନ୍ତା ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପାରା ଅଲିମ୍ପିକ୍ସ। ଏହାପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା। ସସପେଣ୍ଡ ହେଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ।
୧୮ ମାସ ପାଇଁ ପ୍ରମୋଦଙ୍କୁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ। ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରମୋଦ ଭଗତଙ୍କୁ ସସପେଣ୍ଡ କରାଯାଇଛି। ୨୦୨୦ ମସିହାରେ ଟୋକିଓ ପାରା-ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ।