ରାଜ୍ୟ

୫ ହଜାର କନିଷ୍ଠ ଶିକ୍ଷକଙ୍କ ବଢିଲା ଦରମା

0
(0)

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ପୂର୍ବରୁ ୧୧ ହଜାର ଟଙ୍କା ପାଉଥିଲେ କନିଷ୍ଠ ଶିକ୍ଷକ । ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।

ଖବର ଅନୁଯାୟୀ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ସମୟ ସମୟରେ କନିଷ୍ଠ ଶିକ୍ଷକମାନେ ନିଜର ଦରମା ବୃଦ୍ଧି ପାଇଁ ଦାବି ମଧ୍ୟ କରିଆସୁଥିଲେ । ଶେଷରେ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣିଛନ୍ତି । ଆଉ ରାଜ୍ୟରେ ଥିବା ୫ ହଜାର କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି । ଯାହାଫଳରେ ଯେଉଁ ଶିକ୍ଷକମାନେ ୧୧ ହଜାର ପାଉଥିଲେ ବର୍ତ୍ତମାନ ୧୬ ହଜାର ଟଙ୍କା ଦରମା ପାଇବେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE