ସ୍ୱତନ୍ତ୍ର

ପର୍ଯ୍ୟଟନ ବହିରେ ନୂଆଁ ଫର୍ଦ୍ଦ ଆରମ୍ଭ ହେବ ହଟ୍ ଏୟାର ବେଲୁନ

0
(0)

ଆକାଶମାର୍ଗରୁ ମନଭରି ଉପଭୋଗ କରିବେ ପ୍ରକୃତିରାଣୀର ସୁନ୍ଦରତା । ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ହଟ୍ ଏୟାର ବେଲୁନ । କୋରାପୁଟ ବୁଲିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଆକାଶରେ ବସି କୋରାପୁଟର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ଆପଣ । ଏଥିପାଇଁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ବେଲୁନ ଭିତରେ ବସି ଦୁଃସାହାସିକ ଯାତ୍ରାର ସ୍ୱତନ୍ତ୍ର ଅନୁଭୂତି ନେବେ ପର୍ଯ୍ୟଟକ ।

କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ସର୍ଭେ କରାଯାଉଛି । ଆଉ ଆଗାମୀ ଦିନରେ ଆଡଭେନଚର ଟୁରିଜିମ ପାଇଁ ବିଭିନ୍ନ ଜାଗାରୁ ହଟ୍‌ ଏୟାର ବେଲୁନର ଟ୍ରାଏଲ ରନ୍ ଭାବେ କରାଯାଉଛି । କୋରାପୁଟରେ ସୁଉଚ୍ଚ ପାହା, ନଦୀ, ଝରଣା ଏବଂ ଜଳପ୍ରପାତର ଦୃଶ୍ୟ ଭରପୁର । ତେଣୁ ପର୍ଯ୍ୟଟକଙ୍କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏବେ ଆରମ୍ଭ କରିଛି ଟ୍ରାଏଲ ରନ୍ । ଜିଲ୍ଲାର ଦୁଇଟି ସ୍ଥାନରେ ହଟ୍ ଏୟାର ବେଲୁନ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ ହୋଇଥିବା କହିଛନ୍ତି ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଶୁଭକାନ୍ତ ବାରିକ କହିଛନ୍ତି । ପ୍ରଥମେ ଡେଙ୍ଗା ଜାନୀଗୁଡା ଏବଂ ପରେ ଓଏସଏପି ପଡ଼ିଆରେ ହଟ୍‌ ଏୟାର ବେଲୁନର ପରୀକ୍ଷାମୂଳକ କରାଯାଇଥିଲା । ତେବେ ପରୀକ୍ଷଣ ସଫଳ ହୋଇଥିବା ବେଳେ ସରକାରଙ୍କ ଠାରୁ ଅନୁମତିକୁ ଅପେକ୍ଷା କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE