ରାଜ୍ୟ

୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI

0
(0)

ଭିଜିଲାନ୍ସ ଜାଲରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ କୁମାର ବେହେରା । ଏକ କେଶ୍‌ ଫାଇନାଲ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ଏଏସଆଇ ପ୍ରଦୀପ କୁମାର ବେହେରାଙ୍କ ୩ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।

ସୂଚନା ମୁତାବକ, ଏକ ବିବାଦର ସମାଧାନ କରିବା ପାଇଁ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ ତିଗିରିଆ ଥାନା ଏଏସଆଇ ପ୍ରଦୀପ କୁମାର ବେହେରା । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍‌ ପୂର୍ବରୁ ଛକି ବସିଥିଲା । ଥାନା ପରିସର ବାହାରେ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ସମୟରେ ୩ ଜଣ DSP ଙ୍କ ସହିତ ୯ ରୁ ଉର୍ଦ୍ଧ୍ୱ ଜଣିଆ ଟିମ୍ ସାମିଲ ହୋଇଥିଲେ । ଏହି ଚଢାଉ ପରେ ଏଏସଆଇ ପ୍ରଦୀପ କୁମାର ବେହେରାଙ୍କ ୩ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE