ରାଜ୍ୟ

ଭିଜିଲାନ୍ସ ଜାଲରେ ପୁଲିସ ବାବୁ

0
(0)

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସଆଇ ଜଗା ବରିହା। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏସଆଇ ଜଗା ବରିହା ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଛି। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଜଗା ବରିହାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।

ସୂଚନାନୁଯାୟୀ, ଜଣେ ସ୍କ୍ରାପ୍ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ବିଜେପୁର ଥାନା ଏସଆଇ ଜଗା ବରିହା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଡିଲର ଜଣଙ୍କ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିବାରୁ ଜଗା ୭ ହଜାର ଟଙ୍କା ମାଗିଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଡିଲର ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ଆଜି ଭିଜିଲାନ୍ସ ଏସଆଇଙ୍କ ଉପରେ ନଜର ରଖିଥିଲା। ଏସଆଇ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଜଗାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହା ସହ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE