ସ୍ମୃତି ମନ୍ଧାନାଙ୍କୁ ଧୋକ୍କା ଦେଇଛନ୍ତି ପଲାଶ
୨୯ ବର୍ଷୀୟା ସ୍ମୃତି ମନ୍ଧାନା ଏବଂ ୩୦ ବର୍ଷୀୟା ପଲାଶ ମୁଚାଲ ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ରର ସାଙ୍ଗଲିରେ ବିବାହ କରିଥାନ୍ତେ। ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ହଠାତ୍ ସ୍ୱାସ୍ଥ୍ୟଗତ ଜରୁରୀ ପରିସ୍ଥିତି ଦର୍ଶାଇ ବାହାଘରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଉଭୟ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ହୃଦଘାତର ଲକ୍ଷଣ ଦେଖାଦେବା ପରେ ମନ୍ଧାନାଙ୍କ ବାପା ଶ୍ରୀନିବାସ ମନ୍ଧାନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ୨୪ ଘଣ୍ଟା ମଧ୍ୟରେ, ପଲାଶ ମୁଚାଲଙ୍କୁ ମଧ୍ୟ ସହରର ଏକ ହସ୍ପିଟାଲକୁ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପରେ ମୁମ୍ବାଇର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ଏପଟେ ମଙ୍ଗଳବାର ପଲାସଙ୍କ ଭଉଣୀ ଗାୟିକା ପଲକ ମୁଚାଲଙ୍କୁ ମୁମ୍ବାଇର ଏସଆରଭି ନାମକ ଏକ ହସ୍ପିଟାଲ ଦେଖିବାକୁ ମିଳିଥିଲା। ଭାଇ ପଲାସ ସେଠାରେ ଚିକିତ୍ସିତ ହେଉଥିବା ସନ୍ଦେହ କରାଯାଉଛି। ତେବେ ପୂରା ଘଟଣା କ’ଣ ? ସେନେଇ ଉଭୟ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଫଟୋ ଡିଲିଟ୍ କଲେ ସ୍ମୃତି ମନ୍ଧାନା
ଏସବୁ ଭିତରେ ଆଉ ଏକ ଘଟଣା ହେଉଛି, ସ୍ମୃତି ମନ୍ଧାନ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ବିବାହ ଉତ୍ସବର ସମସ୍ତ ଫୋଟ ଡିଲିଟ୍ କରିଦେଇଛନ୍ତି। ତାଙ୍କର ଏହି ଫଟୋ ଡିଲିଟ୍ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦି ବାପାଙ୍କ ଦେହ ଖରାପ ଥିଲା ତେବେ ବାହାଘର ଫଟୋ ଡିଲିଟ୍ କରିବାର କ’ଣ ଆବଶ୍ୟକତା ଥିଲା ? ଘଟଣା ଆଉ କିଛି ଘଟିଥାଇପାରେ ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।
ଭାଇରାଲ ହେଉଛି ପଲାଶଙ୍କ ସହ ମହିଳାଙ୍କ ଚାଟ୍
ସେପଟେ ମଙ୍ଗଳବାର ସକାଳେ ପଲାଶ ମୁଚାଲ ଓ ଜଣେ ମହିଳାଙ୍କ ମଧ୍ୟରେ ହୋଇଥିବା କଥିତ ଚାଟ୍ର ସ୍କ୍ରିନଶଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି। ଭାଇରାଲ ହେଉଥିବା ଏହି ସ୍କ୍ରିନଶଟ୍ ପ୍ରଥମେ ମ୍ୟାରୀ ଡି’କୋଷ୍ଟା ନାମକ ଜଣେ ଇନଷ୍ଟାଗ୍ରାମ୍ ୟୁଜର ଶେୟାର ହୋଇଥିଲା ଏବଂ ପରେ ଏହାକୁ ରେଡିଟ୍ରେ ଶେୟାର କରାଯାଇଥିଲା। ହେଲେ ସ୍କ୍ରିନଶଟ୍ ପୋଷ୍ଟ କରିଥିବା ମେରି ଡି କୋଷ୍ଟାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବର୍ତ୍ତମାନ ଡିଆକ୍ଟିଭେଟ୍ ହୋଇଯାଇଛି। ଭାଇରାଲ୍ ପୋଷ୍ଟକୁ ନେଇ ଫ୍ୟାନମାନେ ନାନା ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ପଲାଶ ସ୍ମୃତିଙ୍କୁ ଧୋକା ଦେଇଛନ୍ତି ବୋଲି ନେଟିଜେନ୍ସମାନେ କହିବା ଆରମ୍ଭ କରିଦେଲେଣି।
