କ୍ରୀଡାଜାତୀୟ

କୋଚ୍‌ଙ୍କ ପାଇଁ ଭଣ୍ତାର ଖୋଲିଦେଲେ ପାଣ୍ତ୍ୟା ବ୍ରଦର୍ସ

0
(0)

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା । ସଫଳତାର ଶିଖରରେ ପହଞ୍ଚିବା ପରେ ବି ପାଣ୍ଡ୍ୟା ବ୍ରଦର୍ସ ଭୁଲି ନାହାଁନ୍ତି ନିଜ ପିଲା ଦିନର କୋଚ ଜିତେନ୍ଦ୍ର ସିଂହଙ୍କୁ । ନିଜ ସକ୍ଷମତା ଅନୁଯାୟୀ କରିଛନ୍ତି ସାହାଯ୍ୟ । କୋଚ୍ ଜିତେନ୍ଦ୍ର ସିଂହ ଏକ ସାକ୍ଷାତକାରରେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କିଭଳି ଦୁଇ ଭାଇ ତାଙ୍କୁ ପ୍ରତିଟି ଅସୁବିଧା ସମୟରେ ସାହାଯ୍ୟ କରିଛନ୍ତି ଓ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି । ୨୦୧୮ରେ ଜିତେନ୍ଦ୍ର ସିଂହ ପ୍ରଥମ ଭଉଣୀର ବିବାହ ହୋଇଥିଲା । ସେ ସମୟରେ କୃଣାଲ ଓ ହାର୍ଦ୍ଦିକ ଆର୍ଥିକ ଭାବରେ ବହୁତ ସାହାଯ୍ୟ କରିଥିଲେ । ୨୦୨୪ରେ ଦ୍ବିତୀୟ ଭଉଣୀ ବାହାଘରରେ ବି ଅନେକ ଉପହାର ଦେଇଥିଲେ ।

ଜିତେନ୍ଦ୍ର ଆହୁରି କହିଛନ୍ତି, ହାର୍ଦ୍ଦିକ ନିଜ ପ୍ରଥମ ସିରିଜି ତଥା ୨୦୧୫-୧୬ରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ତାଙ୍କୁ ଏକ କାର ଗିଫ୍ଟ ଦେଇଥିଲେ । ଆର୍ଥିକ ଦୃଷ୍ଟିକୋଣରୁ ସେତେ ସୁଦୃଢ ବି ହୋଇନଥିଲେ । ତଥାପି ଗୁରୁଙ୍କୁ କାର ଉପହାର ଦେଇଥିଲେ । ତାଙ୍କ କୋଚ୍ କିଭଳି ଭଲରେ ଯିବା ଆସିବା କରିପାରିବେ ସେଥିପାଇଁ ୫ରୁ ୬ଲକ୍ଷ ଟଙ୍କାର କାର କିଣିଦେଇଥିଲେ ।

କେବଳ ସେତିକି ନୁହେଁ ଜିତେନ୍ଦ୍ର ନିଜ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ହାର୍ଦ୍ଦିକଙ୍କୁ ଜଣାଇଥିଲେ । ହାର୍ଦ୍ଦିକ କହିଥିଲେ ଆପଣ ଆପଣ ଟଙ୍କା କଥା ଚିନ୍ତା କରନ୍ତୁନି, ମାଆଙ୍କର ଯତ୍ନ ନିଅନ୍ତୁ । ଏହାଛଡ଼ା ୨୦୧୭ ଏବଂ ୨୦୧୯ରେ ମୁମ୍ବାଇ ଆଇପିଏଲ ଜିତିବା ପରେ ହାର୍ଦ୍ଦିକ ଏବଂ କୃଣାଲ ଉଭୟ ଜିତେନ୍ଦ୍ରଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ । ୨୦୨୫ରେ ଆରସିବି ଆଇପିଏଲ ଜିତିଥିଲା । ସେତେବେଳେ କୃଣାଲ ଜିତେନ୍ଦ୍ର ସିଂହଙ୍କୁ ଏକ କାର କିଣିବା ପାଇଁ ୧୯ ଲକ୍ଷ ଟଙ୍କା ଦେଇଥିଲେ । ପାଣ୍ଡ୍ୟା ବ୍ରଦର୍ସଙ୍କ ନିଜ ଗୁରୁଙ୍କୁ ଏଯାଏଁ ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ସହାୟତା କରିସାରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE