କ୍ରୀଡା

ପ୍ୟାରିସ୍ ପାରାଲିମ୍ପିକ୍ସ, ଷଷ୍ଠ ଦିନରେ ଭାରତକୁ ୮ ପଦକ

0
(0)

ପ୍ୟାରିସ୍‌ ପାରାଲିମ୍ପିକ୍ସର ଷଷ୍ଠ ଦିବସରେ ଭାରତକୁ ମୋଟ୍ ୮ଟି ପଦକ ମିଳିଛି । ସେଥିମଧ୍ୟରେ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ ସାମିଲ ରହିଛି । ବ୍ୟାଡମିଣ୍ଟନରେ ନିତେଶ କୁମାର ଚାମ୍ପିଅନ ହୋଇଥିବାବେଳେ ପୁରୁଷ ଜାଭେଲିନରେ ସୁମିତ ଅଣ୍ଟିଲ ପାରାଲିମ୍ପିକ୍ସ ରେକର୍ଡ଼ ସହ ଟାଇଟଲ୍‌ ବଜାୟ ରଖିଛନ୍ତି । ଅନ୍ୟ ପଟରେ ବ୍ୟାଡ଼ମିଣ୍ଟନ ଖେଳାଳି ସୁହାସ ୟଥିରାଜ ଓ ତୁଳସୀମତୀ ମୁରୁଗେସାନ ରୌପ୍ୟ, ମନୀଷା ରାମଦାସ ଓ ନିତ୍ୟା ସୁମତି ଶିବନ ବ୍ରୋଞ୍ଜ, ପୁରୁଷ ଡିସ୍କସ ଥ୍ରୋରେ ଯୋଗେଶ କାଠୁନିଆ ରୌପ୍ୟ ଏବଂ ତୀରନ୍ଦାଜୀ ମିକ୍ସଡ୍‌ ଟିମ୍‌ରେ ଶୀତଲ ଦେବୀ ଓ ରାକେଶ କୁମାର ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପ୍ୟାରିସ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । ସେଥିମଧ୍ୟରେ ୩ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସାମିଲ ରହିଛି । ଆସନ୍ତା ୮ ତାରିଖରେ କ୍ରୀଡ଼ା ଉଦ୍‌ଯାପିତ ହେବ । ଗତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ମିଳିଥିଲା । ଏଥିରେ ୫ସ୍ୱର୍ଣ୍ଣ, ୮ରୌପ୍ୟ, ୬ବ୍ରୋଞ୍ଜ ପଦକ ରହିଛି । ତୀରନ୍ଦାଜୀ: କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଶୀତଲ ଓ ରାକେଶ ଯୋଡ଼ି ବ୍ରୋଞ୍ଜ ପଦକ ମୁକାବିଲାରେ ଇଟାଲୀର ଏଲିଓନୋରା ସର୍ତି ଓ ମାଟେଓ ବୋନାସିନା ଯୋଡ଼ିଙ୍କୁ ୧୫୬-୧୫୫ରେ ପରାଜିତ କରିଥିଲେ । ପୂର୍ବରୁ ସେମି ଫାଇନାଲ୍‌ରେ ଭାରତୀୟ ଯୋଡ଼ି ପରାଜିତ ହୋଇ ସ୍ୱର୍ଣ୍ଣ/ରୌପ୍ୟ ଆଶା ଧୂଳିସାତ୍‌ କରିଥିଲେ । ଉଭୟ ସୁଟ୍‌ ଅଫ୍‌ ରେ ଇରାନର ଫତେମେହ ହେମତି ଓ ହାଡି ନୋରି ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ । ଟପ୍‌ ସିଡ୍‌ ଶୀତଲ-ରାକେଶ ଯୋଡ଼ି କ୍ୱାର୍ଟରରେ ୧୫୪-୧୪୩ରେ ଇଣ୍ଡୋନେସିଆର ଟିଓଡୋରା ଅଡି ଆୟୁଡିୟା ଫେରେଲିନ ଓ କେନ୍‌ ସ୍ୱାଗୁମିଲାଙ୍ଗ୍‌ ଯୋଡ଼ିଙ୍କୁ ପରାସ୍ତ କରିଥିଲେ ।

ସୂଚନାଯୋଗ୍ୟ, ୧୭ବର୍ଷୀୟା ଶୀତଲ ବ୍ୟକ୍ତିଗତ କମ୍ପାଉଣ୍ଡ୍‌ରେ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ହାରି ବିଦାୟ ନେଇଥିଲେ । ମାତ୍ର ଦୁଇ ହାତ ନଥିଲେ ମଧ୍ୟରେ ସେ ଚମକପ୍ରଦ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଥିଲେ । ପାରାଲିମ୍ପିକ୍ସ ପଦାର୍ପଣରେ ସେ ମିକ୍ସଡ୍‌ ଟିମ୍‌ରେ ପଦକ ସ୍ୱପ୍ନ ପୂରଣ କରିଛନ୍ତି । ଅନ୍ୟ ପଟରେ ରାକେଶ ବ୍ୟକ୍ତିଗତ ବର୍ଗରେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ । ମହିଳା ୪୦୦ମିଟର: ବିଶ୍ୱ ଚାମ୍ପିଅନ୍‌ ଭାରତର ମହିଳା ଆଥଲେଟ୍‌ ଦୀପ୍ତି ଜୀବାଞ୍ଜି ୪୦୦ମିଟର ଫାଇନାଲ୍‌ରେ ପ୍ରବେଶ କରି ପଦକ ଆଶା ଦେଇଛନ୍ତି । ହିଟ୍‌-୧ ଦୌଡ଼ିଥିବା ଜୀବାଞ୍ଜି ୫୫.୪୫ ସେକେଣ୍ଡ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ସେହିପରି ହିଟ୍‌-୨ରେ ଦୌଡ଼ିଥିବା ତୁର୍କୀର ଆୟସେଲ ଓଣ୍ଡର ୫୪.୯୬ ସେକେଣ୍ଡ ସହ ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିଲେ । ସେ ଜୀବାଞ୍ଜି (୫୫.୦୭ ସେକେଣ୍ଡ)ଙ୍କ ନାମରେ ଥିବା ପୂର୍ବ ରେକର୍ଡ଼ ଭଙ୍ଗ କରିଥିଲେ । ଆଜି ଫାଇନାଲ୍‌ ଅନୁଷ୍ଠିତ ହେବ । ଶିବରାଜନ-ନିତ୍ୟା, ସୁକାନ୍ତ ପଦକ ହାତଛଡ଼ା କଲେ ବିଶ୍ୱ ଚାମ୍ପିଅନସିପ୍‌ ବ୍ରୋଞ୍ଜ ପଦକ ବିଜେତା ସୁକାନ୍ତ କଦମ ନିରାଶ କରିଥିଲେ । ସେ ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌୪) ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୧୭-୨୧, ୧୮-୨୧ରେ ଇଣ୍ଡୋନେସିଆର ଫ୍ରେଡି ସିତିଆୱାନଙ୍କ ନିକଟରୁ ହାରି ଯାଇଥିଲେ । ସେହିପରି ମିକ୍ସଡ୍‌ ଡବଲ୍ସରେ ଶିବରାଜନ ଓ ନିତ୍ୟା ସୁମତି ଶିବନ ଯୋଡ଼ି ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ । ଭାରତୀୟ ଯୋଡ଼ି ୧୭-୨୧, ୧୨-୨୧ରେ ଇଣ୍ଡୋନେସିଆର ଶୁଭନ ଓ ରିନା ମାର୍ଲିନା ଯୋଡ଼ିଙ୍କଠୁ ପରାଜିତ ହୋଇଥିଲେ ।

 

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply