ଆସନ୍ତା ଏପ୍ରିଲ୍ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା
ଆସନ୍ତା ଏପ୍ରିଲ୍ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ।
ଆସନ୍ତା ୨୭ ତାରିଖରେ ବିଜ୍ଞାନ ଓ ୨୭ ତାରିଖରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ସରିବ। ଏହାପରେ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ରେ ଖାତାଦେଖା ହେବ। କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତା ଦେଖା ବହୁ ବିଳମ୍ବ ହେଉଥିବାରୁ ଚଳିତ ଥର ଏହାକୁ ଅନ୍ଲାଇନ୍ ମୂଲ୍ୟାଙ୍କନ କରିବାକୁ ପଦକ୍ଷେପ ନିଆଯାଇଛି। ଚଳିତ ଥର ୬୩ଟି ଅନ୍ଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ର କରାଇଥିବାବେଳେ ୭୭ଟି ଅଫ୍ଲାଇନ୍ ଓ ୫୭ଟି କୋଡିଂ ସେଣ୍ଟର କରାଯାଇଛି। ମୂଲ୍ୟାଙ୍କନ କେନ୍ଦ୍ରକୁ ହେଉଥିବା ଦୂରତାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମୂଲ୍ୟାଙ୍କନ କେନ୍ଦ୍ର ଖୋଲାଯାଇଛି। ଦେବଗଡ଼ ପରି ଜିଲ୍ଲାରେ ପ୍ରଥମ ଥର ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିବ।
