ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁଆଡ଼ୁ ଆସିଲେ କିପରି ଯିବେ
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ଗାଡ଼କଣ ଗାଁ, ଜନତା ମଇଦାନ ସଭାସ୍ଥଳ ଓ ଏୟାରପୋର୍ଟରୁ କଳିଙ୍ଗ ହସ୍ପିଟାଲ ରାସ୍ତା। ବିମାନବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି। ପିଏମ୍ ଙ୍କ କାରକେଡ୍ ଯେଉଁବାଟେ ଯିବ ସବୁଠି ବ୍ୟାରିକେଡ୍ ଲାଗିଛି, ପୋଲିସ୍ ମୁତୟନ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର-ନାଲକୋ ଛକ ରାସ୍ତାରେ କଟକଣା ଜାରି ହୋଇଛି ।
ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା-ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମ ରାସ୍ତାରେ ଯିବେ-ଡମଣାରୁ କେଳୁଚରଣ ପାର୍କ-ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟ ବିହାର ଯିବେ-ଶିଖରଚଣ୍ଡି-ପଥରଗାଡ଼ିଆ-କଳିଙ୍ଗ ଷୁଡିଓ- ଫାୟାର ଷ୍ଟେସନ ଛକ ଦେଇ ଯିବେ-ଜୟଦେବ ବିହାରରୁ ନନ୍ଦନକାନନ ଯିବାକୁ ଚାହୁଁଥିବା ଲୋକେ ରାସ୍ତା ପରିବର୍ତ୍ତନ କରିବେ-ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ- କେଳୁ ଚରଣ ପାର୍କ ଦେଇ ଡମଣାରେ ବାହାରିବେ-ଫାୟାର ଷ୍ଟେସନ-କଳିଙ୍ଗ ଷ୍ଟୁଡିଓ-ଡିଏନ୍ ସ୍କୁଲ-ପଥରଗାଡ଼ିଆ-ଶିଖରଚଣ୍ଡି ହୋଇ ଯିବେ-କଟକ ପଟୁ ଆସୁଥିଲେ ଏନ୍ଏଚ୍ ୩୧୬ ଦେଇ ଭୁବନେଶ୍ବର ଆସିପାରିବେ-କିମ୍ବା ନନ୍ଦନକାନନ ରାସ୍ତା ଦେଇ ଭୁବନେଶ୍ବର ମଧ୍ୟ ଆସିପାରିବେ-ବେହେରା ସାହିପଟୁ ଜୟଦେବ ବିହାର ଆଡ଼କୁ ଗାଡ଼ି ଯାଇପାରିବନି-ବେହେରାସାହି ପଟୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ-କଟକ ପଟୁ ଆସୁଥିବା ଗାଡ଼ି ସର୍ଭିସ ରୋଡ୍ରେ ଜୟଦେବ ବିହାର ଯାଇପାରିବେ ନାହିଁ-ବରମୁଣ୍ଡାପଟୁ ଆସିଥିବା ଗାଡି କ୍ରାଉନ ହୋଟେଲ ଠାରୁ ସର୍ଭିସ ରୋଡରେ ଯିବେନି