ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ
ଡବଲ୍ ଇଞ୍ଜିନ ସରକାର ପରେ ପ୍ରଥମ କରି ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଦ୍ଧଦ୍ୱାର ପାଠଶାଳା । ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଧରି ଦେଲେ ଗୁରୁମନ୍ତ୍ର । ଲମ୍ବା ଶାସନକୁ ଆଖି ଆଗରେ ରଖି ରାଜ୍ୟବ୍ୟାପୀ ଦଳ ଓ ସଂଗଠନକୁ କିଭଳି ସୁଦୃଢ଼ ରଖାଯିବ । ଲୋକଙ୍କ ଜୀବନର ଉନ୍ନତି ପାଇଁ କିଭଳି କାର୍ଯ୍ୟ ଜାରି ରହିବ, ସେନେଇ ଆଲୋଚନା କରିଥିଲେ ।
ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ । କିନ୍ତୁ ବାହା ହୋଇ ଶାଶୁ ଘରକୁ ଗଲେ ତା ଉପରେ ସମସ୍ତଙ୍କର ନଜର ରହିଥାଏ । ବୋହୂର ଚାଲି ଚଳଣି, ବ୍ୟବହାର ଓ କଥାବାର୍ତ୍ତାକୁ ସମସ୍ତେ ଦେଖନ୍ତି ଓ ଧରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ବାପ ଘରେ ଝିଅ ଭଳି ଆପଣମାନେ କାର୍ଯ୍ୟକର୍ତ୍ତା ଥିଲେ ।
