ପିଏମ୍ ମୋଦୀଙ୍କ ସିଙ୍ଗାପୁର ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଙ୍ଗାପୁର ଗସ୍ତରେ ଭାରତକୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରୁଥିବା କମ୍ପାନି ଆଗାମୀ କିଛି ବର୍ଷରେ ଏହି ନିବେଶ କରିବେ ବୋଲି ପ୍ରଧାନମନ୍ତ୍ରୀ ସହ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ବିଜନେସ୍ ଲିଡର୍ସ ସମିଟ୍ଙ୍କୁ ସମ୍ୱୋଧନ କରି ଭାରତରେ ନିବେଶ ପାଇଁ ଅପିଲ୍ କରିଛନ୍ତି । ପିଏମ୍ କହିଛନ୍ତି, ‘ଆମେ ଭାରତରେ କୌଶଳ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରୁଛୁ । ଏହା ମୋର ତୃତୀୟ କାର୍ଯ୍ୟକାଳ । ଯେଉଁମାନେ ଭାରତ ସହ ପରିଚିତ, ସେମାନେ ଜାଣିଥିବେ ଯେ ୬୦ ବର୍ଷ ପରେ କୌଣସି ସରକାରକୁ ତୃତୀୟ ଥର ପାଇଁ ଜନାଦେଶ ମିଳିଛି । ଏହା ପଛର କାରଣ ମୋର ସରକାର ନୀତି ଉପରେ ଲୋକଙ୍କ ବିଶ୍ୱାସ ରହିଛି । ଯଦି ଦୁନିଆରେ ସବୁଠୁ ଦ୍ରୁତ ବେଗରେ ବଢୁଥିବା ବିମାନ କ୍ଷେତ୍ର ହେଉଛି ଭାରତ । ଏମଆଉଓ (Maintenance, Repair and Operations) ହେବା ଆମର ପ୍ରାଥମିକତା । ଆପଣମାନଙ୍କୁ ବିମାନ ବନ୍ଦରର ବିକାଶରେ ନିବେଶ ପାଇଁ ଭାରତ ଆସିବା ଦରକାର ।‘
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଆବଶ୍ୟକତା ସହ ସ୍କିଲ୍ ଡେଭଲପମେଣ୍ଟ ଏକ ଗ୍ଲୋବାଲ୍ ଜବ୍ ମାର୍କେଟ୍ ସହ ମଧ୍ୟ ଜଡିତ ରହିଛି । ଭାରତ ପାଖରେ ଦକ୍ଷତା ରହିଛି ଏବଂ ତାହାର ଲାଭ ଦୁନିଆକୁ ମିଳିବ । ଦୁନିଆରେ ଯେତିକି ରିୟଲ ଟାଇମ୍ ଟ୍ରାଞ୍ଜେକ୍ସନ ହେଉଛି, ତାହାର ୫୦ ପ୍ରତିଶତ କେବଳ ଭାରତରେ ହିଁ ହେଉଛି । ଫିନଟେକ୍ ଦୁନିଆରେ ଯଦି ଗ୍ଲୋବାଲ ଲିଡର ହେବାର ଅଛି, ତେବେ ଭାରତକୁ କେନ୍ଦ୍ରରେ ରଖି ସହଜରେ ଆପଣ ଫିନଟେକ ଦୁନିଆରେ ଆଗକୁ ବଢିପାରିବେ ।